ରାହୁଲ ଗାନ୍ଧୀଙ୍କ ନାଁରେ ମାମଲା ରୁଜୁ କରିବାକୁ ହିମନ୍ତ ବିଶ୍ୱଶର୍ମାଙ୍କ ନିର୍ଦ୍ଦେଶ

0

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ବାହାରିଥିବା କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରାକୁ ଗୌହାଟୀରେ ପ୍ରବେଶ ପୂର୍ବରୁ ଅଟକାଇଛି ଆସାମ ପୋଲିସ । ଯାତ୍ରାକୁ ଅଟକାଇବା କାରଣରୁ ପୋଲିସ ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି । ଯାହାକୁ ନେଇ ରାହୁଲ ଗାନ୍ଧୀଙ୍କ ନାଁରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ।

ଆସାମ ମୁଖ୍ୟମନ୍ତ୍ରୀ କଂଗ୍ରେସ ନେତା ଶ୍ରୀନିବାସ ପିଭିଙ୍କ ଟ୍ୱିଟକୁ ରିଟ୍ୱିଟ୍ କରିବା ସହ କହିଛନ୍ତି, ରାହୁଲ ଗାନ୍ଧୀ କଂଗ୍ରେସ କର୍ମୀଙ୍କୁ ଉସୁକାଇବାକୁ ଚେଷ୍ଟା କରୁଛନ୍ତି । ଯେଉଁଥିପାଇଁ ତାଙ୍କ ନାଁରେ ମାମଲା ରୁଜୁ କରିବାକୁ ପୋଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛି । ଏହାସହ ହିମନ୍ତ କହିଛନ୍ତି, ଆସାମ ଶାନ୍ତିପୂର୍ଣ୍ଣ ରାଜ୍ୟ । ଗୁଣ୍ଡାଗର୍ଦ୍ଦି ଏହାର ସଂସ୍କୃତି ନୁହେଁ । ଆମ ସଂସ୍କୃତିରେ ଏଭଳି ନକ୍ସଲୀ ରଣନୀତି ନାହିଁ । ଲୋକଙ୍କୁ ଉସୁକାଇବା ପାଇଁ ରାହୁଲ ଗାନ୍ଧୀଙ୍କ ନାଁରେ ମାମଲା ରୁଜୁ କରିବାକୁ ମୁଁ ପୋଲିସ ଡିଜିକୁ ନିର୍ଦ୍ଦେଶ ଦେଇଛି । କଂଗ୍ରେସ କର୍ମୀ ଓ ନେତାଙ୍କ ଅଶୋଭନୀୟ ବ୍ୟବହାର ଓ ନିର୍ଦ୍ଦେଶକୁ ଉଲ୍ଲଂଘନ କରିବାକୁ ହେତୁ ଗୌହାଟୀରେ ଟ୍ରାଫିକ ଜାମ ହେଉଛି ।

Leave A Reply

Your email address will not be published.