ଯୁଦ୍ଧ ପ୍ରସ୍ତାବରୁ ବିରତ ରହିଲା ଭାରତ

0

ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ବଢ଼ି ଚାଲିଛି। ଗାଜା ଉପରେ ଆଖିବୁଜା ଆକ୍ରମଣ କରୁଛି ଇସ୍ରାଏଲ। ତେବେ ଏହି ଯୁଦ୍ଧ ଉପରେ ବିରାମ ଲଗାଇବା ପାଇଁ ଜାତସଂଘ ଏକ ପ୍ରସ୍ତାବ ଆଗତ କରିଛି। ଶୁକ୍ରବାର ଏହି ପ୍ରସ୍ତାବ ଆଗତ କରାଯାଇଥିଲା। ତେବେ ଏଥିରୁ ବିରତି ରହିଛି ଭାରତ। ଜାତିସଂଘର ଏହି ଯୁଦ୍ଧ ବିରାମ ପ୍ରସ୍ତାବରେ ଭୋଟ୍‌ ଦେଇନାହିଁ ଭାରତ। ଭାରତ ସମେତ ୪୫ଟି ଦେଶ ଏଥିରେ ଯୋଗ ଦେଇନାହାନ୍ତି। ଏହି ଆଗତ ପ୍ରସ୍ତାବରେ ୧୨୦ଟି ଦେଶ ସମର୍ଥନରେ ଏହାକୁ ମଞ୍ଜୁରୀ ମିଳିଛି।

ଜୋର୍ଡାନ୍‌ ଆଗତ କରିଥିବା ଏହି ଚିଠା-ପ୍ରସ୍ତାବନାରେ ମାନବୀୟ ଦୃଷ୍ଟିକୋଣ ପ୍ରତି ଧ୍ୟାନ ଦେଇ ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧରେ ତୁରନ୍ତ ଅସ୍ତ୍ରବିରତି ପାଇଁ ଉଦ୍ୟମ କରାଯିବା ପାଇଁ ଆହ୍ୱାନ ଦିଆଯାଇଛି। ଏହାଛଡ଼ା, ବାଂଲାଦେଶ, ମାଳଦ୍ୱୀପ, ପାକିସ୍ତାନ, ରୁଷ୍‌ ଓ ଦକ୍ଷିଣ ଆଫ୍ରିକା ସମତେ ୪୦ରୁ ଅଧିକ ରାଷ୍ଟ୍ର ପଠାଉଥିବା ମାନବୀୟ ସହାୟତା ଅବାଧରେ ସମସ୍ତଙ୍କ ପାଖରେ ପହଞ୍ଚିବା ପ୍ରସଙ୍ଗରେ ମଧ୍ୟ ଏହି ପ୍ରସ୍ତାବରେ କୁହାଯାଇଛି।

Leave A Reply

Your email address will not be published.