ସତ କହିଲେ ସାଂସଦ ମହୁଆ

0

ପଦାକୁ ଆସିଲା ସତ! ବିଜେପି ସାଂସଦ ନିଶିକାନ୍ତ ଦୁବେ ଅଭିଯୋଗ ଆଣିବା ପରେ  ମମତାଙ୍କ ଘନିଷ୍ଠ ସହଯୋଗୀ ତଥା ଟିଏମ୍‌ସି ନେତ୍ରୀ ମହୁଆ ମୋଇତ୍ରା ଶେଷରେ ମାନିଛନ୍ତି ସତ। ସେ ଲୋକସଭାରୁ ତାଙ୍କ ପାଇଁ ଦିଆଯାଇଥିବା ୟୁଜର୍‌ ଆଇଡି ଓ ପାସଓ୍ୱାର୍ଡ ହିରାନନ୍ଦାନୀଙ୍କୁ ଦେଇଥିବା ସ୍ୱୀକାର କରିଛନ୍ତି। ଯାହାଙ୍କ ପାଖରୁ ଲୋକସଭାରେ ଶିଳ୍ପପତି ଗୌତମ ଅଦାନୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିବା ପାଇଁ ଯେଉଁ ପ୍ରଶ୍ନ ଉଠାଉଥିଲେ, ସେଥିପାଇଁ ସେ ଲାଞ୍ଚ ଆଣିଥିବା ଅଭିଯୋଗ ରହିଛି।

ଲୋକସଭା ସାଂସଦ ମହୁଆ ଶୁକ୍ରବାର ଦେଇଥିବା ଏକ ସାକ୍ଷାତକାରରେ ଏହି ସତ ମାନିଛନ୍ତି। ଏଥିସହ ପଚରାଉଚରା ମାମଲାରେ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ ସେ କରିଛନ୍ତି। ସେ କହିଛନ୍ତି ଯେ ଯେକେହି ଅଭିଯୋଗ କରିପାରିବେ, କିନ୍ତୁ ଏହାକୁ ପ୍ରମାଣ କରିବାର ସମର୍ଥ ସର୍ବଦା ଅଭିଯୋଗକାରୀଙ୍କ ପାଖରେ ଅଛି।

Leave A Reply

Your email address will not be published.