ଭୁବନେଶ୍ବର : ଆଜିଠୁ ପରିବହନ ବିଭାଗର ଯାଞ୍ଚ ଆରମ୍ଭ । ପରମିଟ, ଫିଟନେସ ଓ ଇନ୍ସୁରାନ୍ସ ନଥିଲେ ନେବ କାର୍ଯାନୁଷ୍ଠାନ। ଏନେଇ ରାଜ୍ୟ ବ୍ୟାପି ଜୋରଦାର ଧରପଗଡ଼ । ଫିଟନେସ ନଥିଲେ ସିଜ ହୋଇପାରେ ଗାଡି ।ଭଦ୍ରକ, ଅନୁଗୋଳ, ଭୁବନେଶ୍ୱର, ଢେଙ୍କାନାଳ, ଗଞ୍ଜାମ, ଚଣ୍ଡିଖୋଲ ସମେତ ବିଭିନ୍ନ RTOଙ୍କ ପକ୍ଷରୁଚାଲିଛି ଚେକିଂ। କଟକରୁ ବ୍ରହ୍ମପୁର ଯାଉଥିବା ବସର ନଥିଲା ଫିଟନେସ ଏନେଇ ଜବତ ହୋଇଛି ବସ ।
ବୈଧ ଫିଟନେସ୍ ଏବଂ ବୀମା ବାପରମିଟ ସାର୍ଟିଫିକେଟ ନଥିଲେ ପାଇଁ ପରିବହନ ବିଭାଗ ଏନେଇ ଆକ୍ସନ ନେବ ବୋଲି ପୁର୍ବରୁ କୁହାଯାଇଥିଲା । ଏନେଇ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ ଜାରିରହିଛି । ନିୟମ ଉଲ୍ଲଂଘନ କରୁଥିବା ଗାଡ଼ିଗୁଡ଼ିକୁ ତୁରନ୍ତ ଅଟକ ରଖାଯାଇ ମୋଟର ଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ରାଜ୍ୟ ପରିବହନ ଆୟୋଗ ପକ୍ଷରୁ ସୁଚିତ କରାଯାଇଛି ।