ସୂର୍ଯ୍ୟକୁ ଯାତ୍ରା ଆରମ୍ଭ ଆଦିତ୍ୟ ଏଲ ୧

0

ବେଙ୍ଗାଲୁରୁ: ଆଜି ପୂର୍ବାହ୍ନ ୧୧.୫୦ରେ ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ୍‌ ଲଞ୍ଚ୍‌ ପ୍ୟାଡ୍‌ରୁ ‘ପିଏସ୍‌ଏଲ୍‌ଭି–ସି୫୭’ ରକେଟ୍‌ ଯୋଗେ ଭାରତର ପ୍ରଥମ ସୌର ଅଭିଯାନ ‘ଆଦିତ୍ୟ ଏଲ୍‌୧’ ମହାକାଶ ଅଭିମୁଖେ ଯାତ୍ରା ଆରମ୍ଭ କରିଛି।

ଭାରତର ଏହି ପ୍ରଥମ ସୂର୍ଯ୍ୟ ଅଭିଯାନ ସଫଳ ହୋଇଥିବା କଥା ‘ଇସ୍ରୋ’ ସୁନିଶ୍ଚିତ କରିଛି।

ସଦ୍ୟତମ ସୂଚନା ଅନୁଯାୟୀ, ‘ପିଏସ୍‌ଏଲ୍‌ଭି-ସି୫୭’ ସ୍ବାଭାବିକ ଭାବେ କାର୍ଯ୍ୟ କରୁଛି। ଏହାର ପ୍ରଥମ ଥାକ ବା ‘‌ଷ୍ଟେଜ୍‌’ ପୃଥକ୍‌ ହୋଇଥିଲା। ପରେ ଦ୍ବିତୀୟ ‘ଷ୍ଟେଜ୍‌’ ମଧ୍ୟ ଭଲ ଭାବେ କାର୍ଯ୍ୟ କରିଥିଲା।

ଏହାଛଡ଼ା, ‘ପ୍ଲେଲୋଡ୍‌ ଫେୟାରିଙ୍ଗ୍‌’ ପୃଥକ୍ ହୋଇ ‘ଆଦିତ୍ୟ ଏଲ୍‌ ୧’ ମହାକାଶଯାନକୁ ପ୍ରଥମ ମହାକାଶୀୟ ଅନୁଭୂତି ଦେଇଥିଲା। ତା’ପରେ ଏହାର ତୃତୀୟ ‌‘ଷ୍ଟେଜ୍‌’ର କାର୍ଯ୍ୟ ବି ସ୍ବାଭାବିକ ଭାବେ ଚାଲିବା ପରେ ପୃଥକ୍‌ ହୋଇଥିଲା। ଏବେ ଚତୁର୍ଥ ‘ଷ୍ଟେଜ୍‌’ର କାର୍ଯ୍ୟ ଆରମ୍ଭ ହୋଇଛି।

‘ଇସ୍ରୋ’ର ‘ଆଦିତ୍ୟ ଏଲ୍‌-୧’ ମିସନ୍‌ ଉତ୍‌କ୍ଷେପଣ ଦେଖିବା ପାଇଁ ଶ୍ରୀହରି କୋଟାସ୍ଥିତ ‘ସତୀଶ ଧୱନ୍‌ ସ୍ପେସ୍‌ ସେଣ୍ଟର୍‌’ରେ ସ୍କୁଲ୍‌ ପିଲାମାନେ ଉପସ୍ଥିତ ହୋଇଥିଲେ ବୋଲି ‘ଏଏନ୍‌ଆଇ’ ରିପୋର୍ଟ କରିଛି।

୯ ମିନଟ୍‌ ପୂର୍ବେ ଉତ୍‌କ୍ଷେପଣ କରାଯାଇଥିବା ‘ଆଦିତ୍ୟ ଏଲ୍‌ ୧’ର ଗତି ସ୍ବାଭାବିକ ଥିବା କଥା ‘ଇସ୍ରୋ’ କହିଛି।

Leave A Reply

Your email address will not be published.