ନୂଆଦିଲ୍ଲୀ (ଆମ ଟିଭି): ଭିସ୍ତାରା ଏୟାରଲାଇନ୍ସ ତାର ଅସ୍ତିତ୍ୱ ହରାଇବାକୁ ଯାଉଛି । ଭାରତୀୟ ପ୍ରତିସ୍ପର୍ଦ୍ଧା ଆୟୋଗ ଟାଟା ଗ୍ରୁପ୍ର ଏୟାରଲାଇନ୍ ଏୟାର ଇଣ୍ଡିଆ- ଭିସ୍ତାରା ବିଲୟକୁ ମଞ୍ଜୁରୀ ଦେଇଛନ୍ତି। ଆଉ ଏହି ବିଲୟ ପରେ ଭିସ୍ତାରା ଏୟାରଲାଇନ୍ର ଅସ୍ତିତ୍ବ ଶେଷ ହୋଇଯିବ । ଏହି ବିଲୟରେ ଟାଟା ସନ୍ସ ପ୍ରାଇଭେଟ୍ ଲିମିଟେଡ୍ (ଟିଏସପିଏଲ), ଏୟାର ଇଣ୍ଡିଆ ଲିମିଟେଡ, ଟାଟା ଏସଆଇଏ ଏୟାରଲାଇନ୍ସ ଲିମିଟେଡ (ଟିଏସଏଏଲ) ଏବଂ ସିଙ୍ଗାପୁର ଏୟାରଲାଇନ୍ସ ଲିମିଟେଡ ପକ୍ଷ ରହିଛନ୍ତି ।
ଏହି ଡିଲ୍ ପରେ ଏୟାର ଇଣ୍ଡିଆ ଦେଶର ସବୁଠୁ ବଡ଼ ଅନ୍ତର୍ଜାତୀୟ ଏୟାରଲାଇନ୍ ଏବଂ ଦ୍ବିତୀୟ ସବୁଠୁ ବଡ଼ ଘରୋଇ ଏୟାରଲାଇନ୍ ହୋଇଯିବ। ଗତ ବର୍ଷ ଜାନୁଆରୀରେ ଟାଟା ଗ୍ରୁପ୍, ଏୟାର ଇଣ୍ଡିଆର ନିୟନ୍ତ୍ରଣ ନିଜ ହାତକୁ ନେଇଥିଲା। ଏହା ପରଠାରୁ ହିଁ ଟାଟା ଗ୍ରୂପ୍ ଏହାର ପୁର୍ନଗଠନ ଜାରି ରଖିଛି।