୨୫ ଦିନରେ ପହଞ୍ଚିଲା ମନ୍ତ୍ରମୁଗ୍ଧ’, ତିନିଟି ପ୍ରେକ୍ଷାଳୟରେ ଦର୍ଶକଙ୍କ ସହିତ କଳାକାରଙ୍କ ସେଲିବ୍ରେସନ୍

0

ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ବହୁଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ‘ମନ୍ତ୍ରମୁଗ୍ଧ’ ୨୫ ଦିନରେ ପହଞ୍ଚିଛି । ସେହି ପରିପ୍ରେକ୍ଷୀରେ ସ୍ଵାତି, କେଶରୀ ଏବଂ ମହାରାଜା ସିନେମା ହଲ୍ ରେ ଦର୍ଶକମାନଙ୍କ ସହିତ କଳାକାରମାନେ ସେଲିବ୍ରେସନ୍ କରିଛନ୍ତି l ମନ୍ତ୍ରମୁଗ୍ଧ କେବଳ ଓଡ଼ିଶାରେ ନୁହେଁ, ରାଜ୍ୟ ବାହାରରେ ମଧ୍ୟ ଦର୍ଶକଙ୍କ ଭଲପାଇବା ଜିତିବାରେ ସଫଳ ହୋଇଛି । ମେ ୧ରେ ରିଲିଜ୍ ହୋଇଥିବା ଏହି ସିନେମା ୨୫ ଦିନ ମଧ୍ୟରେ ବେଶ ଭଲ ଆୟ କରି ନୂଆ ରେକର୍ଡ ସୃଷ୍ଟି କରିଛି ।

ମନ୍ତ୍ରମୁଗ୍ଧ ଫିଲ୍ମ ଏବେ ଚତୁର୍ଥ ସପ୍ତାହରେ ପ୍ରବେଶ କରିଥିବା ବେଳେ ଦର୍ଶକଙ୍କ ଉତ୍ସାହ ଆହୁରି ବଢ଼ୁଥିବା ଦେଖିବାକୁ ମିଳିଛି ।

ଫିଲ୍ମର ସଫଳତାକୁ ନେଇ ଅଭିନେତା ସନୋଜ, ସାର୍ଥକ, ମନ୍ମୟ, ଦୀପନ୍ୱିତ, ନିଶାନ୍ତ ଏବଂ ପ୍ରଯୋଜିକା ବର୍ଷା ପଟ୍ଟନାୟକଙ୍କ ସମେତ ପୁରା ଟିମ୍ ଉତ୍ସବ ମନାଇଛନ୍ତି । ସୋସିଆଲ ମିଡିଆରେ ଦର୍ଶକମାନେ ମଧ୍ୟ ଫିଲ୍ମକୁ ଭରପୂର ପ୍ରଶଂସା କରିଛନ୍ତି । କେହି ଫିଲ୍ମକୁ “ସୁପର ଡୁପର ହିଟ୍” ବୋଲି କହିଥିବା ବେଳେ ଆଉ କେହି ଏହାକୁ ବର୍ଷର ସବୁଠୁ ମନୋରଞ୍ଜନ ଯୋଗାଉଥିବା ଓଡ଼ିଆ ଫିଲ୍ମ ବୋଲି ମତ ଦେଇଛନ୍ତି । ଆଶୀଷ ପ୍ରଧାନ, ଅନୁରାଗ ପଟ୍ଟନାୟକ, ଅନୁରାଗ ପଣ୍ଡା, ସଙ୍ଗୀତ ପଟ୍ଟନାୟକ ଏବଂ ରୋମୀୟାଜ ପ୍ରଧାନଙ୍କ ଭଳି ପାଞ୍ଚ ୫ ଜଣ ମ୍ୟୁଜିକ ଡାଇରେକ୍ଟରରହିଥିବା ବେଳେ ଦୀପକ କୁମାରଙ୍କ ଚିତ୍ରତ୍ତୋଳନ ଏବଂ ଆଧୁନିକ ଜ୍ଞାନ କୌଶଳର ଭିଏଫଏକ୍ସ କାମ ଦର୍ଶକଙ୍କୁ ଅଧିକ ଆମୋଦ ଯୋଗାଉଛି l

ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କର ଏହି ଭିନ୍ନ ପରିକଳ୍ପନାର ଚଳଚ୍ଚିତ୍ର ପ୍ରତ୍ୟେକ ଦର୍ଶକଙ୍କ ହୃଦୟ ଜିଣି ପାରିଛି l ପ୍ରଯୋଜିକା ବର୍ଷା ପଟ୍ଟନାୟକ, କାର୍ଯ୍ୟକାରୀ ପ୍ରଯୋଜକ ଗୋପାଳ ଚନ୍ଦ୍ର ଘଡ଼ାଇ, ପ୍ରଚାର ଓ ପ୍ରସାର ମୁଖ୍ୟ ମିଡ଼ିଆ ପ୍ଲାନର ପ୍ରଣୟ ଜେଠୀ, ସହଯୋଗୀ ଖଗେଶ୍ୱର ଜୟପୁରିଆ ଙ୍କ ଦିନରାତି ପରିଶ୍ରମ ଯୋଗୁଁ ଆଜି ମନ୍ତ୍ରମୁଗ୍ଧ ମାଧ୍ୟମରେ ଦର୍ଶକଙ୍କର ମନ ଗୁଗ୍ଧ ହୋଇଛି l

ତେବେ ଦର୍ଶକ ମାନଙ୍କ ମନରେ ଯେଉଁ ଆଗ୍ରହ ଦେଖାଯାଉଛି ଏହି ଫିଲ୍ମ ରଜରେ ମଧ୍ୟ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇବ l

Leave A Reply

Your email address will not be published.