ସମାଜସେବୀକା ଡଃ ରୋଜାଲିନ ପଟ୍ଟଶାଣି ମିଶ୍ରଙ୍କୁ ସାଇ ୱାନନେସ ସାଂସ୍କୃତିକ ଗର୍ବ ସମ୍ମାନ*
ଓଡିଶୀ ନୃତ୍ୟକୁ ସୁଦୂର ପ୍ରସାରୀ କରିବା ସହିତ ଚିତ୍ର କଳା ପ୍ରତି ଆଗ୍ରହ ବଢାଇବା ପାଇଁ ଅଣ୍ଟା ଭିଡ଼ିଥିବା ସାଇ ୱାନନେସ ଓଡିଶୀ ନୃତ୍ୟ ଏବଂ ଚିତ୍ରକଳା ଶିକ୍ଷାନୁଷ୍ଠାନ ଦୀର୍ଘ ୧୩ ବର୍ଷ ବ୍ୟାପୀ ଚେଷ୍ଟା ଜାରି ରଖିଥିବା ବେଳେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ରଠାରେ ତୃତୀୟ ବାର୍ଷିକ କଳା ଉତ୍ସବ ଏବଂ ୧୩ତମ ବାର୍ଷିକ ଉତ୍ସବ ପାଳନ କରିଛି l
ସେହି ଅବସରରେ ମୁଖ୍ୟ ଅତିଥି ଭାବେ ସତ୍ୟବାଦୀର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଓମ୍ ପ୍ରକାଶ ମିଶ୍ର, ଉତ୍ତର ଭୁବନେଶ୍ୱରର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମିଶ୍ର, କ୍ରାଇମବ୍ରାଞ୍ଚ ଏ.ଏସ.ପି ସୁଶ୍ରୀ ଅଞ୍ଜନା ଟୁଟୁ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ଏବଂ ଆୟୋଜକଙ୍କୁ ଉତ୍ସାହିତ କରିଥିଲେ l
ପରିଚୟ ଫାଉଣ୍ଡେସନର ପ୍ରତିଷ୍ଠାତ୍ରୀ, ସମାଜସେବୀକା ଡଃ ରୋଜାଲିନ ପଟ୍ଟଶାଣି ମିଶ୍ରଙ୍କୁ ସାଇ ୱାନନେସ ସାଂସ୍କୃତିକ ଗର୍ବ ସମ୍ମାନ ଏବଂ ଛଉ ନୃତ୍ୟ ସଙ୍ଗୀତଜ୍ଞ ଦେବରାଜ ଦୁବେଙ୍କୁ ସତୀଶ ଚନ୍ଦ୍ର ଷଡ଼ଙ୍ଗୀ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା l
ଉତ୍ସବରେ ଓଡିଶୀ ନୃତ୍ୟ ସହିତ ଚିତ୍ରକଳା ପ୍ରତିଯୋଗିତା ଏବଂ ଚିତ୍ର ପ୍ରଦର୍ଶନୀ ହୋଇଥିଲା l ସକାଳ ଅଧିବେଶନରେ ଓଡିଶୀ ନୃତ୍ୟ, ସଙ୍ଗୀତ, ଚିତ୍ରକଳା ଆଦି ପ୍ରତିଯୋଗିତା ହୋଇଥିଲା l ସନ୍ଧ୍ୟା ଅଧିବେଶନରେ ଆମନ୍ତ୍ରିତ ଅତିଥିଗଣଙ୍କ ଦ୍ୱାରା ବିଜେତାଙ୍କୁ ପୁରସ୍କୃତ କରାଯାଇଥିଲା l ଅନୁଷ୍ଠାନର ନୃତ୍ୟ ଶିଳ୍ପୀମାନେ ଓଡିଶୀ ନୃତ୍ୟ, ଲୋକ ନୃତ୍ୟ ଆଦି ପରିବେଷଣ କରିଥିଲେ l ଶିଳ୍ପୀ ମାନଙ୍କର ନୃତ୍ୟ ପରିବେଷଣ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା l କରତାଳି ମାଧ୍ୟମରେ ଶିଳ୍ପୀମାନଙ୍କୁ ପ୍ରଶଂସା କରିଥିଲେ l କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନର ପ୍ରତିଷ୍ଠାତ୍ରୀ ତଥା ସମ୍ପାଦିକା ଶ୍ରୀମତୀ ନିତୁ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ l ସନ୍ଧ୍ୟା ଅଧିବେଶନ କାର୍ଯ୍ୟକ୍ରମକୁ ଇଂ ଶ୍ରୀନିବାସ ଘଟୁଆରୀ ପରିଚାଳନା କରିଥିଲେ l ଅନୁଷ୍ଠାନର ଗୁରୁଜୀ, ଗୁରୁମା, ବୋର୍ଡ ମେମ୍ବର ଏବଂ ଅଭିଭାବକ ମାନଙ୍କ ସହଯୋଗ ଯୋଗୁଁ କାର୍ଯ୍ୟକ୍ରମ ସଫଳ ହୋଇଥିବା କଥା ଅନୁଷ୍ଠାନର ଅଧ୍ୟକ୍ଷ ପ୍ରକୃତି ପାଟ୍ଟଯୋଶୀ କହିଥିଲେ l