ବିଜେଡିରେ ଆଜି ସୁଜାତା କାର୍ତ୍ତିକେୟନଙ୍କ ଏଣ୍ଟ୍ରି!

0

ଶଙ୍ଖ ଧରିବେ ସୁଜାତା କାର୍ତ୍ତିକେୟନ। ବିଜେଡିରେ ଆଜି ଯୋଗ ଦେବେ ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ । ବିଜେଡିରେ ଆଜି ଏଣ୍ଟ୍ରି କରିବେ । ଦିନ ୧୨ଟାରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଶଙ୍ଖଭବନରେ ବସିବାକୁ ଥିବା ବିଜେଡି ବୈଠକରେ ସୁଜାତା କାର୍ତ୍ତିକେୟନ ବିଧିବଦ୍ଧ ଭାବେ ସାମିଲ ହେବେ ବୋଲି କୁହାଯାଉଛି । ସାଧାରଣ କର୍ମୀ ଭାବେ ଦଳରେ ସାମିଲ ହେବେ ବୋଲି ସୂଚନା ମିଳିଛି । ବୈଠକରେ ବିଧାୟକ, ସାଂସଦଙ୍କ ସମେତ ୩୦ ଜିଲ୍ଲାର ନେତା ଉପସ୍ଥିତ ରହିବେ । ଦଳର ଶୀର୍ଷ ନେତୃତ୍ୱଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହେବେ । ସୁଜାତାଙ୍କ ଯୋଗଦାନ ଦଳକୁ ଆହୁରି ମଜଭୁତ କରିବ ବୋଲି କୁହାଯାଉଛି । ଗତକାଲି ବିଜେଡିର ବରିଷ୍ଠ ନେତାଙ୍କ ସହିତ ଆଲୋଚନା କରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ଅନ୍ୟପଟେ ସୁଜାତାଙ୍କ ଏଣ୍ଟ୍ରି କୁ ନେଇ ରାଜ୍ଯ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.