ମୁହଁ ଖୋଲିଲେ ସନ୍ନିି ଦେଓଲ
ମୁମ୍ବାଇ: ବଲିଉଡ୍ ସିନେମା ‘ଗଦର-୨’ର ନାୟକ ତଥା ଗୁରଦାସପୁରର ବିଜେପି ନେତା ସନ୍ନି ଦେଓଲଙ୍କ ଜୁହୁସ୍ଥିତ ବଙ୍ଗଳା ନିଲାମକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ସନ୍ନିଙ୍କ ବଙ୍ଗଳା ନିଲାମ ହେବ ବୋଲି କଥା ଉଠୁଥିବା ବେଳେ ଏବେ ପୁଣି ନିଲାମ ହେବନାହିଁ ବୋଲି ଶୁଣିବାକୁ ମିଳୁଛି।
ଏନେଇ ‘ଗଦର ୨’ ଅଭିନେତା ସନ୍ନି କୌଣସି ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି। ସେ କହିଛନ୍ତି ଯେ ଏହା ତାଙ୍କର ବ୍ୟକ୍ତିଗତ ମାମଲା ହୋଇଥିବାରୁ ସେ ଏହା ଉପରେ କୌଣସି ବୟାନ ଦେବେ ନାହିଁ।