ବଦଳିଲେ ୯ ରାଜ୍ୟର ରାଜ୍ୟପାଳ ; ସନ୍ତୋଷ ଗଙ୍ଗଓ୍ୱାର ହେଲେ ଝାଡ଼ଖଣ୍ଡ ରାଜ୍ୟପାଳ, ବିଶ୍ୱଭୂଷଣଙ୍କ ସ୍ଥାନରେ ରାମେନ ଡେକାଙ୍କୁ ଛତିଶଗଡ଼ ଦାୟିତ୍ୱ

0

ନୂଆଦିଲ୍ଲୀ (ଆମ ଟିଭି ); ରାଜ୍ୟପାଳ ନିଯୁକ୍ତିରେ ବଡ଼ ଧରଣର ପରିବର୍ତ୍ତନ କରିଛନ୍ତି ରାଷ୍ଟପତି ଦୌପଦୀ ମୁର୍ମୁ। ୯ ରାଜ୍ୟରେ ରାଜ୍ୟପାଳଙ୍କୁ ବଦଳି କରିଛନ୍ତି ରାଷ୍ଟ୍ରପତି। ପଞ୍ଜାବ ରାଜ୍ୟପାଳ ରାଜ୍ୟପାଳ ବନୱାରିଲାଲଙ୍କ ଇସ୍ତଫାକୁ ରାଷ୍ଟପ୍ରତି ଗ୍ରହଣ କରିବା ସହ ୬ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତ କରିଛନ୍ତି । ଏଥିସହ ୩ ରାଜ୍ୟର ରାଜ୍ୟର ରାଜ୍ୟପାଳଙ୍କ ପରିବର୍ତ୍ତନ କରିଛନ୍ତି।

ରାଜସ୍ଥାନ, ତେଲେଙ୍ଗାନା, ଝାଡଖଣ୍ଡ, ଛତିଶଗଡ଼, ମେଘାଳୟ, ମହାରାଷ୍ଟ୍ର, ସିକ୍କିମ ,ମଣିପୁର ସହ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ଓ ଚଣ୍ଡଗଡ଼ରେ ନୂଆ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ପଞ୍ଜାବ ପୁରୋହିତ ଏବଂ ଚଣ୍ଡିଗଡ଼ର ରାଜ୍ୟପାଳଙ୍କୁ ଇସ୍ତଫାକୁ ଗ୍ରହଣ କରି ସେଠାରେ ନୂଆ ରାଜ୍ୟପାଳ ନିଯୁକ୍ତି କରିଛନ୍ତି। ହରିଭାଉ କ୍ରିଷ୍ଣରାଓ ବାଗଡେଙ୍କୁ ରାଜସ୍ଥାନର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ବିଷ୍ଣୁ ଦେବ ବର୍ମାଙ୍କୁ ତେଲେଙ୍ଗାନା, ଓମ ପ୍ରକାଶ ମାଥୁରଙ୍କୁ ସିକ୍କିମ, ସନ୍ତୋଷ କୁମାର ଗଙ୍ଗୱାରଙ୍କୁ ଝାଡ଼ଖଣ୍ଡ, ରମେନ ଡେକାଙ୍କୁ ଛତିଶଗଡ଼, ସି.ଏଚ୍. ବିଜୟଶଙ୍କରଙ୍କୁ ମେଘାଳୟ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି।

Leave A Reply

Your email address will not be published.