ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ସମାଜସେବୀ
ଭୁବନେଶ୍ୱର(ଆମ ଟିଭି): ରାଷ୍ଟ୍ରପତି ଭାବେ ଓଡ଼ିଆ ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁ ନିର୍ବାଚିତ ହେବା ପରେ ସବୁଠି ଉତ୍ସବର ମାହୋଲ ଚାଲିଛି | ଭିନ୍ନ ଭିନ୍ନ ଢଙ୍ଗରେ ଓଡିଶାବାସୀ ଉତ୍ସବ ମନାଉଛନ୍ତି | ଏହି କ୍ରମରେ ଭୁବନେଶ୍ୱର ଝାରପଡାର ଅଞ୍ଚଳର ଯୁବ ସମାଜସେବୀ ସୁଶାନ୍ତ ମଙ୍ଗରାଜ ନିଆରା ଢଙ୍ଗରେ ଉତ୍ସବ ମନେଇଛନ୍ତି | ନିଜ ଜନ୍ମଦିନକୁ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଉତ୍ସବ ଭାବେ ସେ ପାଳନ କରିଛନ୍ତି | ଦ୍ରୌପଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ସୁଶାନ୍ତ ନିଜ ଜନ୍ମଦିନରେ ଦିବ୍ୟାଙ୍ଗ ଏବଂ ଅସହାୟଙ୍କୁ ଖାଦ୍ୟ ବାଣ୍ଟି ଏକ ନିଆରା ଢଙ୍ଗରେ ନିଜ ଜନ୍ମଦିନ ପାଳିଛନ୍ତି |
ନିଜ ରାଜନୈତିକ କ୍ୟାରିୟରେ ଅନେକ ସମୟରେ ଗରିବ ଏବଂ ଅସହାୟଙ୍କ ପାଖେ ଠିଆ ହୋଇଛନ୍ତି ନବ ନିର୍ବାଚିତା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ତେଣୁ ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ନିଜ ଜନ୍ମଦିନକୁ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଉତ୍ସର୍ଗ କରିଛନ୍ତି ସୁଶାନ୍ତ ମଙ୍ଗରାଜ | ଯୁବ ପିଢ଼ି ଦ୍ରୌପଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଉଚିତ ବୋଲି ସେ କହିବା ସହ ଅସହାୟଙ୍କ ମୁହଁରେ ହସ ଫୁଟାଇବାକୁ ସର୍ବଦା ଚେଷ୍ଟା କରିବା ଉଚିତ ବୋଲି ସୁଶାନ୍ତ ଏହି ଅବସରରେ କହିଛନ୍ତି |