‘ଲଭ୍ ଇନ୍ ଲଣ୍ଡନ’ ଫିଲ୍ମର ପ୍ରି-ରଜ ସେଲିବ୍ରେସନ

0

ଭୁବନେଶ୍ୱର (ଆମ ଟିଭି): ଜେବି ଫିଲ୍ମସ୍ ଆଣ୍ଡ ଟିଭି ଏବଂ ଅମରା ଷ୍ଟୁଡିଓ ଏଲଏଲପି ବ୍ୟାନ୍ନରରେ ରଜ ଉପଲକ୍ଷେ ମୁକ୍ତିଲାଭ କରିବାକୁ ଯାଉଥିବା ବିଗ ବଜେଟ ର ଫିଲ୍ମ “ଲଭ ଇନ ଲଣ୍ଡନ” ର ପ୍ରି-ରଜ ସେଲିବ୍ରେସନ ସ୍ଥାନୀୟ ଉତ୍କଳ କନିକା ଗ୍ୟାଲେରିଆ ଠାରେ ଜନଗହଳି ପୂର୍ଣ୍ଣ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ସହିତ ତାଙ୍କର ଦୁଇ ନବାଗତ ନାୟିକା ସ୍ୱପ୍ନା ପ୍ରିୟଦର୍ଶିନୀ ଓ ସୌମ୍ୟା ସଚ୍ଚଦେବା, ସହ ଅଭିନେତା ଅଭିନେତା ସରୋଜ ତଥା ଅନ୍ୟାନ୍ୟ ସମସ୍ତ କଳାକାର ଉପସ୍ଥିତ ଥିଲେ l ଫିଲ୍ମ ଲଭ ଇନ ଲଣ୍ଡନ ରେ ଏକା ସାଙ୍ଗରେ ୪ ଜଣ ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ, ଅସଦ ନିଜାମ, ଡ଼ଃ ବିନୟ ରଥ ଏବଂ ସୋମେଶ ଶତପଥି ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି l କଣ୍ଠଶିଳ୍ପୀ ଅସୀମା ପଣ୍ଡା, ହ୍ୟୁମାନ ସାଗର, କୁଲଦୀପ ପଟ୍ଟନାୟକ ରଜ ପ୍ରି-ସେଲିବ୍ରେସନ ରେ ଉପସ୍ଥିତ ରହି ଫିଲ୍ମର ଗୀତ ଗୁଡିକୁ ଦର୍ଶକଙ୍କ ସାମ୍ନାରେ ପରିବେଷଣ କରି ପରିବେଶ ଟିକୁ ସଙ୍ଗୀତମୟ କରିଦେଇଥିଲେ l ଫିଲ୍ମ “ଲଭ ଇନ ଲଣ୍ଡନ” ର ଏଭଳି ପ୍ରୟାସକୁ ଉପସ୍ଥିତ ଥିବା ଶହ ଶହ ଦର୍ଶକ ବହୁତ ପ୍ରଶଂସା କରିଥିଲେ ଏବଂ ଆସନ୍ତା ୧୩ ଜୁନ ରେ ନିକଟସ୍ଥ ପ୍ରେକ୍ଷାଳୟ କୁ ଯାଇ ଫିଲ୍ମ ଦେଖିବାପାଇଁ ପ୍ରତିକ୍ରିୟା ଜଣାଇଥିଲେ l ଦୀର୍ଘ ୬ ବର୍ଷ ପରେ ରଜରେ ଅନୁଭବ ମହାନ୍ତିଙ୍କ ଫିଲ୍ମ ଆସୁଥିବାରୁ ଅନେକ ଦର୍ଶକ ଅନୁଭବଙ୍କ ସହିତ ସିଧାସଳଖ କଥା ହୋଇ ନିଜର ଉତ୍କଣ୍ଠା ପ୍ରକାଶ କରିଥିଲେ l ପ୍ରତିକ୍ରିୟା ରେ ଅନୁଭବ କହିଥିଲେ ଆମେ ଭଲ ଓଡ଼ିଆ ଫିଲ୍ମ ନିର୍ମାଣ କରି ଦର୍ଶକ ଙ୍କ ମନ ଜିଣିବାକୁ ଚାହୁଁଚୁ ଏବଂ ଦର୍ଶକମାନେ ପୂର୍ବରୁ ଯେମିତି ଓଡ଼ିଆ ଫିଲ୍ମ ପ୍ରତି ରୁଚି ରଖୁଥିଲେ ଏବେ ସେଇ ସମୟ ଫେରିଆସିଚି l ରଜ ଆମ ଓଡ଼ିଶା ମାଟିର ଗଣ ପର୍ବ, ତେଣୁ ଆମେ ପ୍ରୟାସ କରିଛୁ ଭଲ ସ୍ୱାଦର ଫିଲ୍ମ ଆପଣ ମାନଙ୍କୁ ଭେଟି ଦେବୁ l ଯାହା ସପରିବାର ନିକଟସ୍ଥ ପ୍ରେକ୍ଷାଳୟକୁ ଆସି ଦେଖିପାରିବେ l ଉପସ୍ଥିତ ଦର୍ଶକ ଙ୍କ ଆଗ୍ରହ ଓ ଉତ୍କଣ୍ଠାକୁ ଅନୁଭବ ନିଜେ ମଧ୍ୟ ଅନୁଭବ କରିଥିଲେ l

ବାହାନଗା ଟ୍ରେନ ଟ୍ରଜେଡି ରେ ପୀଡିତ ଙ୍କ ପାଇଁ ‘ଲଭ୍ ଇନ୍ ଲଣ୍ଡନ’ ଫିଲ୍ମର ଲାଭାଂଶ ଅର୍ଥର ୧୦ ଭାଗ ଓଡିଶା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦେଇ ଏହି ଦୁଃଖଦ ଘଟଣାରେ ସହଯୋଗ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ପ୍ରଯୋଜକ ପୁଣିଥରେ ପ୍ରକାଶ କରିଥିଲେ l

ମୁକ୍ତିଲାଭ ପୂର୍ବରୁ ଅନୁଷ୍ଠିତ ହୋଇଥିବା ପ୍ରି -ରଜ ସେଲିବ୍ରେସନ ଉତ୍ସବ ରେ ସମସ୍ତ କଳାକାର, ସଙ୍ଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀ ଙ୍କ ସମେତ ନିର୍ଦ୍ଦେଶକ ତାପସ ସରଘରିଆ, ଆମର ମ୍ୟୁଜିକ ର ଓଡିଶା ମୁଖ୍ୟ ଦେବାଶିଷ ପଣ୍ଡା, “ଲଭ୍ ଇନ୍‌ ଲଣ୍ଡନ୍” ର କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.