ରାତିରେ ଏବେ କ୍ୟାପିଟାଲ ହସ୍ପିଟାଲରେ ହେବ ଅସ୍ତ୍ରପୋଚାର

0

ଭୁବନେଶ୍ବର (ଆମ ଟିଭି): ରାଜ୍ୟବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର। କାରଣ ଏଣିକି କ୍ୟାପିଟାଲ ହସ୍ପିଟାଲରେ ରାତିରେ ବି ହେବ ଅସ୍ତ୍ରୋପଚାର । ୨୪ ଘଣ୍ଟା ଉପଲବ୍ଧ ରହିବ ଜରୁରୀକାଳୀନ ଓଟି । ଆହତ କିମ୍ବା ଜରୁରୀକାଳୀନ ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ଆଉ ପଠାଯିବ ନାହିଁ । ଏନେଇ କ୍ୟାପିଟାଲ ହସ୍ପିଟାଲରେ ୨୪ ଘଣ୍ଟିଆ ଜରୁରୀକାଳୀନ ଓଟି ପାଇଁ ହସ୍ପିଟାଲ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ସେଥିପାଇଁ ସ୍ୱତନ୍ତ୍ର ଭାବେ ଅତ୍ୟାଧୁନିକ ଓଟି ପ୍ରସ୍ତୁତ ହୋଇଛି ।

ତିନୋଟି ସିଫ୍ଟରେ ଏଥିରେ ନିୟୋଜିତ ରହିବେ ଡାକ୍ତର । ପୂର୍ବରୁ କ୍ୟାପିଟାଲ ହସ୍ପିଟାଲରେ ରାତ୍ରୀକାଳୀନ ଅସ୍ତ୍ରୋପଚାର ବ୍ୟବସ୍ଥା ନଥିଲା । ସେପଟେ ଏଠାରେ ସ୍ୱାସ୍ଥ୍ୟସେବାର ଚିତ୍ରର ଅନୁଧ୍ୟାନ କରିଛନ୍ତି ତିନି ଜଣିଆ କେନ୍ଦ୍ରୀୟ ଟିମ୍ । ନ୍ୟାସନାଲ କ୍ୱାଲିଟି ଆସ୍ୟୁରାନ୍ସ ଷ୍ଟାଣ୍ଡାଡ ବା ଏନକ୍ୱାସର ଟିମ୍ ତିନି ଦିନ ଧରି ଅନୁଧ୍ୟାନ କରିଛନ୍ତି । ଏଠାରେ କିପରି ସ୍ୱାସ୍ଥ୍ୟସେବା ଦିଆଯାଉଛି, ତାକୁ ସେମାନେ ଯାଞ୍ଚ କରିଛନ୍ତି ।

Leave A Reply

Your email address will not be published.