ପୁରୀ ସବୁଠୁ ଧନୀ, ମାଲକାନଗିରି ସବୁଠୁ ଗରିବ ଜିଲ୍ଲା: ନୀତି ଆୟୋଗ ରିପୋର୍ଟରେ ଖୁଲାସା

0

ନୂଆଦିଲ୍ଲୀ(ଆମ ଟିଭି): ପ୍ରକାଶ ପାଇଛି ଚଳିତ ବର୍ଷର ନୀତି ଆୟୋଗ ରିପୋର୍ଟ । ଗତ ୫ ବର୍ଷ ଭିତରେ ଦେଶ ଦାରିଦ୍ର୍ୟ ଦୂରୀକରଣରେ ଏକ ବଡ଼ ସଫଳତା ହାସଲ କରିଛି । ଏ ୫ ବର୍ଷ ଭିତରେ ୧୩ କୋଟି ୫୦ ଲକ୍ଷ ଲୋକ ଦାରିଦ୍ର୍ୟ କବଳରୁ ମୁକ୍ତ ହୋଇଛନ୍ତି । ଓଡ଼ିଶାରେ ଏ ସଂଖ୍ୟା ୬୨ ଲକ୍ଷ ୬୨ ହଜାର ୮୫୨ । ହେଲେ ବିଡମ୍ବନାର କଥା ଏବେବି ରାଜ୍ୟର ଆଦିବାସୀ ବହୁଳ ଓ ଉପାନ୍ତ ଅଂଚଳ ଗୁଡ଼ିକରେ ଦାରିଦ୍ର୍ୟ ହାର ବେଶ ଚିନ୍ତାଜନକ । ଆଉ ଏ ଚିନ୍ତାକୁ ଅଧିକ ବଢ଼ାଇଛି ମାଲକାନାଗିରି ।

କାରଣ ମାଲକାନାଗିରିର ଦାରିଦ୍ର୍ୟ ହାର ରାଜ୍ୟର ସର୍ବାଧିକ । ଏଠାରେ ୪୫ ଦଶମିକ ୦୧ ପ୍ରତିଶତ ଦାରିଦ୍ର୍ୟ ହାର ଥିବା ବେଳେ ୩୪ ଦଶମିକ ୦୩ ସହ ରାୟଗଡ଼ା ଦ୍ୱିତୀୟରେ ରହୁଛି । ତା ପଛକୁ ପଛ ରହୁଛି କୋରାପୁଟ ଓ ନବରଙ୍ଗପୁର । ସେହିପରି ପୁରୀ ହେଉଛି ସବୁଠୁ ଧନୀ ଜିଲ୍ଲା ।

Leave A Reply

Your email address will not be published.