ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ, ଜାଣନ୍ତୁ କାହିଁକି?

0

ନୂଆଦିଲ୍ଲୀ: ଲଗାତାର ୮ ଦିନ ଧରି ସଂସଦରେ କୌଣସି ଗୃହକାର୍ଯ୍ୟ ହୋଇପାରିନି। ଆଜି ମଧ୍ୟ ମଣିପୁର ପ୍ରସଙ୍ଗରେ ସଂସଦର ଉଭୟ ଗୃହରେ ବିରୋଧୀ ସାଂସଦମାନେ ପ୍ରବଳ ହୋହଲ୍ଲା ଏବଂ ହଟ୍ଟଗୋଳ କରି ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିଛନ୍ତି। ଫଳରେ ଉଭୟ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ରାଜ୍ୟସଭା ଆଜି ଦିନରେ ୫ ଥର ମୁଲତବୀ ରହିଛି। ମଣିପୁର ପ୍ରସଙ୍ଗ ପାଇଁ ଆଜି ଦିନମାନ ୪ ଥର ଗୃହ ମୁଲତବୀ ରହିବାପରେ ଅପରାହ୍ନ ୩.୩୦ରେ ପୁଣି ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଏହି ସମୟ‌ରେ କହିଥିଲେ ଯେ ସରକାର ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। ସେ ବିରୋଧୀ ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିଯିବାପାଇଁ ଅନୁରୋଧ କରିଥିଲେ। କିନ୍ତୁ ବିରୋଧୀ ସାଂସଦମାନେ ରାଜ୍ୟସଭା ଅଧ୍ୟକ୍ଷଙ୍କ କଥା ନଶୁଣି ଗୃହର ମଧ୍ୟଭାଗରେ ରହି ଲଗାତାର ହୋହଲ୍ଲା କରିବାରୁ ଅଧ୍ୟକ୍ଷ ବାଧ୍ୟ ହୋଇ ଗୃହ ମୁଲତବୀ ରଖିଥିଲେ।

ବିରୋଧୀ ସାଂସଦମାନେ ଲଗାତାର ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବାରୁ ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ଆଜି ବିରୋଧୀ ସାଂସଦଙ୍କ ଉପରେ ବର୍ଷିଛନ୍ତି। ଜୟଶଙ୍କର ବିରୋଧୀ ସାଂସଦଙ୍କୁ କହିଛନ୍ତି, ଆପଣମାନେ ନିଜକୁ ଇଣ୍ଡିଆ ବୋଲି ଦାବି କରୁଛନ୍ତି କିନ୍ତୁ ଭାରତର ଜାତୀୟ ସ୍ବାର୍ଥକୁ ଆପଣମାନେ ଶୁଣିବାପାଇଁ ପ୍ରସ୍ତୁତ ନୁହନ୍ତି, ତେବେ ଆପଣମାନେ କି ପ୍ରକାର ଇଣ୍ଡିଆ। ଗୃହର ନେତା ପୀୟୂଷ ଗୋୟଲ କହିଛନ୍ତି, ବିରୋଧୀମାନେ ଆଲୋଚନା ଚାହାନ୍ତିନି। ସେମାନେ ଆଲୋଚନାରୁ ଦୂରେଇ ରହିବାର ଅନ୍ୟ କିଛି କାରଣ ଥାଇପାରେ। ଅନ୍ୟପକ୍ଷେ ଆଜି ଲୋକସଭା‌‌ରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ମଣିପୁର ପ୍ରସଙ୍ଗରେ ଆଜି ଗୃହ କମ୍ପିଥିଲା। ତେବେ ପ୍ରବଳ‌ ହୋହଲ୍ଲା ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଆଜି ଲୋକସଭାରେ ସିନେମାଟୋଗ୍ରାଫ (ସଂଶୋଧନ) ବିଲ୍‌, ୨୦୨୩ ଆଣିଛନ୍ତି।

Leave A Reply

Your email address will not be published.