ମଣିପୁର ଘଟଣାକୁ ନେଇ ଏମିତି କହିଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି

0

ନୂଆଦିଲ୍ଲୀ: ମଣିପୁର ହିଂସା ମାମଲାର ଶୁଣାଣି ଚାଲିଥିବା ବେଳେ ଆଇନଜୀବୀ ବାଂଶୁରୀ ସ୍ବରାଜ ପଶ୍ଚିମବଙ୍ଗ ଏବଂ ଛତିଶଗଡ଼ରେ ମହିଳାଙ୍କ ବିରୋଧରେ ହୋଇଥିବା ଅପରାଧ ଘଟଣା ଦର୍ଶାଇବାରୁ ପ୍ରଧାନ ବିଚାରପତି ବିରକ୍ତି ପ୍ରକାଶ କରିଥିଲେ। ପ୍ରଧାନ ବିଚାରପତି କହିଥିଲେ, ଆମେ ମଣିପୁରରେ ହୋଇଥିବା ଜଘନ୍ୟ ହିଂସାର ବିଚାର କରୁଛୁ।

ଅନ୍ୟ ରାଜ୍ୟରେ ମଧ୍ୟ ମହିଳାଙ୍କ ବିରୋଧରେ ଅପରାଧ ହେଉଛି ବୋଲି କହି ମଣିପୁରରେ ମହିଳାଙ୍କ ବିରୋଧରେ ହୋଇଥିବା ହିଂସାକୁ ଯଥାର୍ଥ ଦର୍ଶାଯାଇ ପାରିବ ନାହିଁ। ଶୁଣାଣି ବେଳେ ପଶ୍ଚିମବଙ୍ଗରେ ମହିଳାଙ୍କ ବିରୋଧରେ ହୋଇଥିବା ହିଂସାକୁ ସଂଜ୍ଞାନକୁ ନେବାଲାଗି ଆଇନଜୀବୀ ବାଂଶୁରୀ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିଲେ। ସାରା ଦେଶର ଝିଅମାନଙ୍କୁ ସୁରକ୍ଷା ଦିଆଯିବାର ଆବଶ୍ୟକତା ରହିଛି ବୋଲି ଆଇନଜୀବୀ କହିଥିଲେ। ଏଥିରେ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ ବିରକ୍ତି ପ୍ରକାଶ କରି କହିଥିଲେ ଯେ ଅନ୍ୟ ସ୍ଥାନରେ ଏଭଳି ଘଟଣା ଘଟିଥିବାରୁ ମଣିପୁର ଘଟଣା ଯଥାର୍ଥ ବୋଲି ଆମେ କହିପାରିବା ନାହିଁ। ତୁମେ କ’ଣ ଚାହୁଛ, ‘ସବୁ ମହିଳାଙ୍କୁ ସୁରକ୍ଷା ଦିଅ ନଚେତ କାହାରିକୁ ଦିଅନାହିଁ’ ବୋଲି ବାଂଶୁରୀଙ୍କୁ ପ୍ରଶ୍ନ କରିଥିଲେ।

Leave A Reply

Your email address will not be published.