ପୁଣି ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ

0

ଅନୁଗୁଳ(ଆମ ଟିଭି): ପୁଣି ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ । ପାହାଡ଼ରୁ ପଥର ଖଣ୍ଡ ଏକ ମାଲ୍‌ବାହୀ ଟ୍ରେନ୍ ଇଞ୍ଜିନ ଉପରେ ଖସି ପଡ଼ି ପଡ଼ିବା ଫଳରେ ଟ୍ରେନ୍‌ଟି ଲାଇନ୍‌ଚ୍ୟୁତ ହୋଇଯାଇଛି। ଆଜି ସକାଳେ ଅନୁଗୁଳ ଜିଲ୍ଲା ବଇଣ୍ଡା ଠାରୁ ଗୋଟିଏ କିମି ଦୂର ଶରଧାମୁଣ୍ଡା ନିକଟରେ ଘଟିଛି ଏହି ଅଘଟଣ ।

ଏକ ମାଲବାହୀ ଟ୍ରେନ୍‌ ତାଳଚେରରୁ ସମ୍ବଲପୁର ଅଭିମୁଖେ ଯାଉଥିବାବେଳେ ଶରଧାମୁଣ୍ଡା ନିକଟରେ ହଠାତ୍‌ ପାହାଡରୁ ଏକ ବିରାଟ ପଥର ଖଣ୍ଡ ଟ୍ରେନ୍‌ ଇଞ୍ଜିନରେ ପିଟି ହେବାରୁ ଟ୍ରେନ୍‌ଟି ଲାଇନ୍‌ଚ୍ୟୁତ ହୋଇଯାଇଛି। ତେବେ ଟ୍ରେନ୍‌ରେ ଥିବା ରେଳ କର୍ମଚାରୀ ସୁରକ୍ଷିତ ଥିବା ଜଣାଯାଇଛି। ଖବର ପାଇ ବରିଷ୍ଠ ରେଲୱେ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି।

Leave A Reply

Your email address will not be published.