ରାଜଧାନୀରେ ଗଡିଲା ୧୦ ଇ-ବସ, ବୁଲିଲେ ମେୟର ଓ କମିଶନର

0

ଭୁବନେଶ୍ବର(ଆମ ଟିଭି): ଆଜିଠୁ ରାଜଧାନୀରେ ଆରମ୍ଭ ହୋଇଛି ମୋ ଇ-ରାଇଡ ଓ ଇ-ବସ୍‌ ସେବା । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଉଦଘାଟନ କରିବା ପରେ ଆସନ୍ତାକାଲି ଯାଏ ଯାତ୍ରୀଙ୍କୁ ମିଳିବ ମାଗଣା ସେବା । ଆଜି ଭୁବନେଶ୍ବର ମେୟର ସୁଲୋଚନା ଦାସ, ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ  ଓ ଅନ୍ୟ କର୍ପୋରଟର ଇ-ବସରେ ଯାତ୍ରା କରୁଛନ୍ତି ।ସେମାନେ ଇ-ବସ୍‌ରେ ବସି ଭୁବନେଶ୍ବର ବୁଲୁଛନ୍ତି  ।  ଉଭୟ ଇ-ରାଇଡ ଓ ଇ-ବସ୍ ଶବ୍ଦ ଓ ବାୟୁ ପ୍ରଦୂଷଣମୁକ୍ତ ରହିଛି । ପ୍ରଥମ ପର୍ଯ୍ୟାୟରେ ସହରରେ ଗଡ଼ିଛି ୧୦ଟି ଇ-ବସ୍ ଓ ୫୦ଟି ଇ-ରାଇଡ ।

ଆଗାମୀ ଦିନରେ ୫୦ଟି ଇ-ବସ୍ ଚଳାଚଳ କରିବ । ଇ-ବସରେ ୩୦ଟି ଆସନ ରହିଥିବାବେଳେ ଏସି ସୁବିଧା ସହିତ ମହିଳା ଯାତ୍ରୀଙ୍କ ଲାଗି ଗୋଲାପୀ ରଙ୍ଗର ସିଟ୍ ସଂରକ୍ଷିତ ରହିଛି । ଇ-ବସ୍ ଗାଇଡ ଭାବେ ୫୦ ପ୍ରତିଶତ ମହିଳା ରହିଥିବାବେଳେ ମୋ ଇ-ରାଇଡରେ ଶତ ପ୍ରତିଶତ ମହିଳା ଓ କିନ୍ନର ଡ୍ରାଇଭର ଭାବେ ନିଯୁକ୍ତ ହୋଇଛନ୍ତି । ଏହାଦ୍ବାରା  ୫୦୦ରୁ ଅଧିକ ରୋଜଗାର ସୃଷ୍ଟି ହେବ ।

Leave A Reply

Your email address will not be published.