୫ ହଜାର ତଣ୍ଡ ଗଣିବେ ବର୍ଷା ଓ ଅନୁଭବ: କାହିଁକି ଜାଣନ୍ତୁ?
ଭୁବନେଶ୍ୱର: (ଆମ ଟିଭି): ପୁଣି ଚର୍ଚ୍ଚାରେ ଓଲିଉଡ ଷ୍ଟାର ଦମ୍ପତି କଳି । ଓଲିଉଡ ଷ୍ଟାର ଦମ୍ପତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କୁ ନେଇ ପୁଣି ଏକ ନୂଆ ଖବର ଆସିଛି । ଉଭୟେ ବର୍ଷା ଓ ଅନୁଭବ ପାଞ୍ଚ ହଜାର ଟଙ୍କା ଲେଖାଏଁ ଜରିମାନା ଦେବେ। ଏନେଇ ପରିବାର ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ବାରମ୍ବାର ତାରିଖ ଧାର୍ୟ୍ୟ ପରେ ବି ସାକ୍ଷ୍ୟଗ୍ରହଣ ପାଇଁ ବର୍ଷା କୋର୍ଟ ଆସୁନଥିଲେ । ସେହିପରି ଅନୁଭବ ମଧ୍ୟ ଛାଡ଼ପତ୍ର ପିଟିସନରେ ବିବାହ ସ୍ଥାନ ଭୁଲ୍ ଦର୍ଶାଇଥିଲେ । ତେବେ ଏହି ମାମଲାର ଶୁଣାଣି କରି କୋର୍ଟ ଉଭୟଙ୍କୁ ପାଞ୍ଚ ହଜାର ଟଙ୍କା ଲେଖାଏଁ ଫାଇନ୍ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଅଯଥାରେ କୋର୍ଟଙ୍କ ସମୟ ବିଳମ୍ବ କରିଥିବାରୁ ଉଭୟେ ଏହି ଟଙ୍କା ଗଣିବେ ବୋଲି ଜଣାପଡ଼ିଛି । ଉଭୟଙ୍କ ପକ୍ଷରୁ ଦାଖଲ ହୋଇଥିବା ଆବେଦନକୁ କୋର୍ଟ ଗ୍ରହଣ କରିଛନ୍ତି । ସାକ୍ଷ୍ୟ ଗ୍ରହଣ ପାଇଁ ବର୍ଷାଙ୍କ ଆବେଦନ ଓ ବିବାହ ସ୍ଥାନ ତଥ୍ୟରେ ସଂଶୋଧନ ପାଇଁ ଅନୁଭବଙ୍କ ଆବେଦନକୁ ଗ୍ରହଣ କରାଯାଇଛି ।