ଛାତ୍ର ଆନ୍ଦୋଳନକୁ ନେଇ ରାହୁଲଙ୍କୁ ଟାର୍ଗେଟ କଲେ କଙ୍ଗନା: କହିଲେ- ଉସୁକାଇବା ପାଇଁ..
ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ଭାରତୀୟ ଜନତା ପାର୍ଟି (BJP) ସାଂସଦ କଙ୍ଗନା ରାଣାୱତ ଭାରତୀୟ ଜାତୀୟ କଂଗ୍ରେସର ନେତା ଏବଂ ଲୋକ ସଭାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଚାଲିଥିବା ଛାତ୍ର ଆନ୍ଦୋଳନକୁ ନେଇ ସେ କହିଛନ୍ତି ଯେ, “ରାହୁଲ ଗାନ୍ଧୀ କେବଳ ସେହି ସ୍ଥାନକୁ ଯାଆନ୍ତି, ଯେଉଁଠାରେ ଲୋକଙ୍କୁ ଉସୁକାଇବାର ସୁଯୋଗ ଥାଏ।”
ଝାଡ଼ଖଣ୍ଡରେ ଛାତ୍ରମାନଙ୍କ ବିରୋଧ ପ୍ରଦର୍ଶନକୁ ନେଇ କଙ୍ଗନା କହିଛନ୍ତି, “ଆମର Gen Z, ଅର୍ଥାତ୍ ଆମ ପିଲାମାନେ, ପ୍ରକୃତରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ପରିସ୍ଥିତି ଦଶନ୍ଧି ଧରି ଚାଲିଆସୁଛି। କଂଗ୍ରେସ ଦିଲ୍ଲୀରେ ବହୁତ ହଙ୍ଗାମା କରିଥିଲା ଏବଂ ସଂସଦରେ ମଧ୍ୟ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ଏବେ, ଯେତେବେଳେ ଝାଡ଼ଖଣ୍ଡରେ ଛାତ୍ରମାନଙ୍କ ଅବସ୍ଥା ଏତେ ଖରାପ, ସେତେବେଳେ ରାହୁଲ ଗାନ୍ଧୀ ସେମାନଙ୍କୁ ଭେଟିବାକୁ ଯାଉନାହାନ୍ତି। ହେଲେ ଲୋକଙ୍କୁ ଉସୁକାଇବା କିମ୍ବା ଦେଶର ସୁରକ୍ଷାକୁ ବିପଦରେ ପକାଇବାର କଥା ଆସିଲେ, ରାହୁଲ ଗାନ୍ଧୀ ସବୁଠାରୁ ଆଗରେ ରହନ୍ତି ଏବଂ ଦେଶ ପାଇଁ ବିପଦ ସୃଷ୍ଟି କରନ୍ତି।”
ସୂଚନାଯୋଗ୍ୟ ଯେ, ଝାଡ଼ଖଣ୍ଡରେ ପରୀକ୍ଷାରେ କଥିତ ଅନିୟମିତତାକୁ ବିରୋଧ କରି ଚାଲିଥିବା ଛାତ୍ର ଆନ୍ଦୋଳନ ଆଗାମୀ ବିଧାନସଭାର ମୌସୁମୀ ଅଧିବେଶନର ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି। ଗତ ୧୩ ଦିନ ମଧ୍ୟରେ ଏହି ଆନ୍ଦୋଳନ ତୀବ୍ର ରୂପ ନେଇଛି ଏବଂ ୬ ଜଣ ଆନ୍ଦୋଳନକାରୀ ଅର୍ନିଦ୍ଦିଷ୍ଟକାଳୀନ ଅନଶନରେ ବସିଛନ୍ତି