ମୁକ୍ତିଲାଭ କଲା ନୂଆ ଓଡ଼ିଆ ଚଳଚ୍ଚିତ୍ର *ଚକ୍ରବୀର* ର ଟାଇଟଲ୍ ଗୀତ
ସୂର୍ଯ୍ୟା ଫିଲ୍ମ ୱାର୍ଲଡ ବ୍ୟାନର ପ୍ରସ୍ତୁତ ଚକ୍ରବୀରର ଟାଇଟିଲ ଗୀତ ମୁକ୍ତିଲାଭ କରିଛି l ଗୁରୁ କେଳୁ ଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଠାରେ ଏହି ଫିଲ୍ମର ଗୀତ ମୁକ୍ତିଲାଭ ଉତ୍ସବ ପାଳିତ ହୋଇଥିଲା l ସେହି ଅବସରରେ ଚକ୍ରବୀର ଚଳଚ୍ଚିତ୍ର ପ୍ରଯୋଜକ ତଥା ନିର୍ଦ୍ଦେଶକ ସୁରେନ୍ ମହାପାତ୍ର, ଓଡ଼ିଆ ଚଳଚ୍ଚିତ୍ର ଜଗତର ଅତି ଜଣାଶୁଣା ପ୍ରଯୋଜକ ସଚ୍ଚିକାନ୍ତ ଜେନା, ଅତୀଶ ରାଉତ, ରୋଟାରୀଆନ୍ନ, ବିକାଶ ଗରାବଡୁ, କେ ବଦ୍ରୀ ନାରାୟଣ ସୁବୁଦ୍ଧି, ଫିଲ୍ମର ପ୍ରଚାର ଓ ପ୍ରସାର ମୁଖ୍ୟ ପ୍ରଣୟ ଜେଠୀ, କୋରିଓଗ୍ରାଫର ବିଦ୍ୟୁତ ସେଠି, ଅଭିନେତା ମିଟୁ ମିଥୁନ ପ୍ରମୁଖ ଯୋଗଦେଇଥିଲେ l
ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଦ ପଦ୍ମରେ ପ୍ରଦୀପ ପ୍ରଜ୍ବଳନ ପରେ ଟାଇଟିଲ ଗୀତ ମୁକ୍ତିଲାଭ ହୋଇଥିଲା l ତା’ସହିତ ଆଉ ଦୁଇଟି ଗୀତ ମଧ୍ୟ ମୁକ୍ତିଲାଭ କରିଛି l
ଚକ୍ରବୀର ଚଳଚ୍ଚିତ୍ରର ମୁଖ୍ୟ ଆକର୍ଷଣ ସାଜିଥିଲେ ନାୟିକା ସୁପ୍ରିୟା ନାୟକ l ଟାଇଟିଲ ଗୀତଟି ତାଙ୍କ ନୃତ୍ୟାଭିନୟକୁ ନେଇ ଗତିଶୀଳ ହୋଇଛି l ଉନ୍ନତ ଜ୍ଞାନ କୌଶଳ ଭିଏଫଏକ୍ସ ମାଧ୍ୟମରେ ଗୀତଟି ତିଆରି ହୋଇଛି l ବିଶେଷ ଆକର୍ଷଣ ଥିଲା ଗୀତଟିର ନୃତ୍ୟ ପରିବେଷଣ l ଯାହାକୁ ଆଇକନିକ୍ କୋରିଓଗ୍ରାଫର ବିଦ୍ୟୁତ ସେଠି କୋରିଓଗ୍ରାଫି କରିଛନ୍ତି l
ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏସବି ସ୍ମୃତି ଏବଂ ସାଇ ପ୍ରଜ୍ଞା କଣ୍ଠଦାନ କରିଥିବା ବେଳେ ଗୀତ ସୁଶାନ୍ତ ମଣି ଗୀତ ରଚନା କରିଛନ୍ତି l ଡିଓପି ସୀତାଂଶୁ ମହାପାତ୍ର, ସୁକୁମାର ମଣି ସମ୍ପାଦନା କରିଛନ୍ତି ଏବଂ ଗ୍ରାଫିକ୍ସ ଏବଂ ଭିଏଫଏକ୍ସ ଗୋପୀନାଥ କରିଛନ୍ତି l
ବହୁ ଅଭିଜ୍ଞ ପ୍ରଯୋଜକ ତଥା ନିର୍ଦ୍ଦେଶକ ସୁରେନ୍ ମହାପାତ୍ର ଏହି ଚଳଚ୍ଚିତ୍ରକୁ ତ୍ରିଭାଷୀରେ ମୁକ୍ତିଲାଭ କରୁଛନ୍ତି l ତେଲୁଗୁ, ମରାଠୀ ଏବଂ ଓଡ଼ିଆ ଭାଷାରେ ମୁଜ୍ତିଲାଭ କରିବା ପାଇଁ ପ୍ରସ୍ତୁତ ହୋଇଛି l ପ୍ରଯୋଜନା, ନିର୍ଦ୍ଦେଶନା ସହିତ ମୁଖ୍ୟ ନାୟକ ଭୂମିକାରେ ସୁରେନ୍ ମହାପାତ୍ର ନଜର ଆସୁଛନ୍ତି l ଚଳଚ୍ଚିତ୍ରର ପ୍ରଚାର ଓ ପ୍ରସାର ଭଳି ଏକ ପ୍ରମୁଖ ବିଭାଗର ଦାୟିତ୍ୱରେ ପ୍ରଣୟ ଜେଠୀ ରହିଛନ୍ତି l ତେବେ ଏହି ଚଳଚ୍ଚିତ୍ରର କଣ୍ଟେଣ୍ଟ ମୁଖ୍ୟ ନାୟକ ହୋଇଥିବା ବେଳେ ଏହା ଏକ ସାମାଜିକ ବାର୍ତ୍ତା ନେଇ ଆସୁଥିବା କଥା ସୁରେନ୍ ମହାପାତ୍ର ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି l