ସେପ୍ଟେମ୍ବରରେ ମୁକ୍ତିଲାଭ କରିବ ଦୀପକ ଓ ଅନୁଭା ଅଭିନୀତ ଓଡ଼ିଆ ଚଳଚ୍ଚିତ୍ର ‘ଏଇ ବୋଧେ ଭଲପାଇବା’*
କିଛି ବର୍ଷର ବ୍ୟବଧାନ ପରେ ଏକ ନୂଆ ଓଡ଼ିଆ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ସମ୍ଭାଳି ଫେରିଛନ୍ତି ସୁଧାକର ବସନ୍ତ l ପ୍ରେମ ଓ ଅନୁଭବକୁ ନେଇ ଏକ ସୁନ୍ଦର କାହାଣୀର ଓଡ଼ିଆ ଚଳଚ୍ଚିତ୍ର ‘ଏଇ ବୋଧେ ଭଲପାଇବା’ ନିର୍ଦ୍ଦେଶନା ମାଧ୍ୟମରେ ଫେରିଛନ୍ତି l ଯାହା ସେପ୍ଟେମ୍ବର ମାସରେ ମୁକ୍ତିଲାଭ କରିବାକୁ ଯାଉଛି l
ମୁଖ୍ୟ ନାୟକ-ନାୟିକା ଭୂମିକାରେ ଦୀପକ-ଅନୁଭା
ଅଭିନୟ କରିଛନ୍ତି । ନୃତ୍ୟ ସଂଯୋଜନା, ଚିତ୍ରନାଟ୍ୟ ଓ
ନିର୍ଦ୍ଦେଶନା ଦେଇଛନ୍ତି ଲୋକପ୍ରିୟ ନିର୍ଦ୍ଦେଶକ ସୁଧାକର
ବସନ୍ତ। କାହାଣୀ ଲେଖିଛନ୍ତି ରଞ୍ଜନ କୁମାର ଦାସ ଏବଂ ସଂଳାପ ଡଃ ରଜନୀ ରଞ୍ଜନ l
ସଙ୍ଗୀତ ଦେଇଛନ୍ତି ସ୍ବର୍ଗତ ଅଭିଜିତ୍ ମଜୁମଦାର୍ । ଗୀତ
ଲେଖିଛନ୍ତି ଡଃ ନିର୍ମଳ ନାୟକ ଓ ରଞ୍ଜନ କୁମାର ଦାସ ।
ଡିଓପିରେ ଅଜିତ୍ ଓ ସମ୍ପାଦନା କରିଛନ୍ତି ରାଜେଶ ଦାଶ । ପ୍ରଚାର ଓ ପ୍ରସାର ଦାୟିତ୍ୱରେ ମିଡ଼ିଆ ପ୍ଲାନର ପ୍ରଣୟ ଜେଠୀ ଅଛନ୍ତି l ପ୍ରଯୋଜନା କରିଛନ୍ତି
ଡଃ ଆଲେକଜାଣ୍ଡାର ଦାସ ଓ ସିଦ୍ଧାର୍ଥ ପାତ୍ର । ସ୍କଲ ମିଡିଆ ଏଣ୍ଟରଟେନ୍ମେଣ୍ଟ
ବ୍ୟାନରରେ ନିର୍ମିତ ଏଇ ବୋଧେ ଭଲ ପାଇବା ଚଳଚ୍ଚିତ୍ର ଆସନ୍ତା ସେପ୍ଟେମ୍ବର ମାସରେ ମୁକ୍ତିଲାଭ
କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ମିଳୁଛି। ତେବେ
ବହୁତ ଦିନ ପରେ ଦୀପକ
ଓ ଅନୁଭାଙ୍କୁ ବଡ଼ ପରଦା
ଦର୍ଶକ ଦେଖିବାକୁ
ପାଇବେ। ଚରିତ୍ର
ଅନୁଯାୟୀ ଅଭିନୟରେ
ଶ୍ରେଷ୍ଠତା ପ୍ରତିପାଦନ
କରିଥିବା ଦୀପକ ଓ ଅନୁଭା
ସିନେମାକୁ ନେଇ ବହୁତ
ଆଶାବାଦୀ ଅଛନ୍ତି।