ଏ ରାକ୍ଷୀ ରହିଲା ସାକ୍ଷୀ ଆମର” ମ୍ୟୁଜିକ ଭିଡ଼ିଓ ମୁକ୍ତିଲାଭ*

0

ଆମ ଓଡ଼ିଆ ସଂସ୍କୃତିର ପ୍ରତ୍ୟେକ ପର୍ବପର୍ବାଣୀରେ ନିର୍ଦ୍ଦେଶକ ବାବୁ ବାବୁ ଓଡ଼ିଆ ଦର୍ଶକଙ୍କୁ ସୁନ୍ଦର ମ୍ୟୁଜିକ ଭିଡ଼ିଓଟିଏ ଉପହାର ଦେଇଥାନ୍ତି l ରାକ୍ଷୀ ପୂର୍ଣ୍ଣିମାରେ ଠିକ ସେହିପରି “ଏ ରାକ୍ଷୀ ରହିଲା ସାକ୍ଷୀ ଆମର” ନାମରେ ଏକ ସୁନ୍ଦର ମ୍ୟୁଜିକ ଭିଡ଼ିଓ ଉପହାର ଦେଇଛନ୍ତି l
ଓଡ଼ିଶା ଦୃଷ୍ଟିହୀନ ସଂଘ ସଭା ଗୃହରେ ଏହି ମ୍ୟୁଜିକ ଭିଡିଓ ମୁକ୍ତିଲାଭ ଉତ୍ସବ ପାଳିତ ହୋଇଛି l ମୁକ୍ତିଲାଭ ଅବସରେ ଓଡ଼ିଶା ଦୃଷ୍ଟିହୀନ ସଂଘର ସମ୍ପାଦକ ଶରତ କୁମାର ଦାସ, ମ୍ୟୁଜିକ ଭିଡ଼ିଓର ପ୍ରଯୋଜକ ବଳରାମ ସେଠି, ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ,
ମୁଖ୍ୟ ନାୟିକା ସ୍ମୃତିରେଖା, ନାୟକ ସୁଶୀଲ, ନିର୍ଦ୍ଦେଶକ ବାବୁ ବାବୁ ଯୋଗଦେଇଥିଲେ l

ଭାଇ ଓ ଭଉଣୀଙ୍କ ମଧ୍ୟରେ ପ୍ରେମ, ସୁରକ୍ଷା ଏବଂ ଜୀବନବ୍ୟାପୀ ସମର୍ଥନର ପବିତ୍ର ବନ୍ଧନକୁ ସମ୍ମାନ ଏବଂ ସୁଦୃଢ଼ ​​କରିବା ପାଇଁ ରକ୍ଷା ବନ୍ଧନ ପାଳନ କରାଯାଏ। ପ୍ରତ୍ୟେକ ପର୍ବରେ ଏକ ସୁନ୍ଦର ପରିକଳ୍ପନାରେ ଯେପରି ମ୍ୟୁଜିକ ଭିଡିଓ ତିଆରି କରିଥାନ୍ତି ଠିକ ସେହି ଭଳି ଏହି ମ୍ୟୁଜିକ ଭିଡିଓଟିକୁ ମଧ୍ୟ ବାବୁ ବାବୁ ତିଆରି କରିଛନ୍ତି l ଶଙ୍କର କ୍ରିଏସନ ପ୍ରସ୍ତୁତ ଏହି ଭିଡିଓକୁ ବଳରାମ ସେଠି ପ୍ରଯୋଜନା କରିଛନ୍ତି l ତପୁ ନାୟକଙ୍କ ଗୀତକୁ ସନ୍ତୋଷ କୁମାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏବଂ କୁମାର ବାପି ଓ ଅସୀମା ପଣ୍ଡା କଣ୍ଠଦାନ କରିଛନ୍ତି l ଟେଲିଭିଜନ ପରଦାର ସୁପରିଚିତା ନାୟିକା ସ୍ମୃତିରେଖା ମୁଖ୍ୟ ନାୟିକା ଭୂମିକାରେ ଅଭିନୟ କରିଛନ୍ତି l ସୁଶୀଲ ନାୟକ ଭାବେ ଅଭିନୟ କରିଛନ୍ତି l ସୁନୟନା, ମେଘା ଏବଂ ବ୍ରିଜେଶ ସହ କଳାକାର ଭାବେ ଅଭିନୟ କରିଛନ୍ତି l ଡିଓପି ଦାୟିତ୍ୱରେ ବିଜୁ ଏବଂ କେଡ଼ି ସିପୁନ ଏହାର ସମ୍ପାଦନା କରିଛନ୍ତି l
ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କ କୁ ନେଇ ଚିତ୍ରିତ ହୋଇଥିବା ଏହି ମ୍ୟୁଜିକ ଭିଡିଓ ଟି ସାମାଜିକ ବାର୍ତ୍ତା ଦେଉଥିବା ବେଳେ ଏହା ନିଶ୍ଚିତ ଭାବେ ଲୋକାଦୃତ ହେବ ବୋଲି ପ୍ରଯୋଜକ ଆଶା ରଖିଛନ୍ତି l

Leave A Reply

Your email address will not be published.