ଦାହାନ ‘ଦ ଏଭିଲ୍ ଓ୍ଵିଦିନ’ ଓଡ଼ିଆ ଭୂତ ଫିଲ୍ମର ଟ୍ରେଲର ରିଲିଜ୍*
ଅମୀୟ ପଟ୍ଟନାୟକ ପ୍ରଡ଼କସନ ପୁଣି ଏକ ନୂଆ ପରିକଳ୍ପନା, ନୂଆ କାହାଣୀ ନେଇ ଗଣେଶ ପୂଜା ଅବସରରେ ଓଡ଼ିଆ ସିନେ ଦର୍ଶକଙ୍କୁ ଭେଟି ଦେବାକୁ ଯାଉଛି ଏକ ସମ୍ପୂର୍ଣ୍ଣ ଭୂତ ଚଳଚ୍ଚିତ୍ର ଯାହାର ନାଁ ରହିଛି “ଦାହାନ ଦ ଏଭିଲ୍ ଓ୍ଵିଦିନ” l ପୂର୍ବରୁ ରିଲିଜ୍ ହୋଇଥିବା ଟିଜର ଏବଂ ପ୍ରମୋସନାଲ ଗୀତକୁ ଦର୍ଶକ ଯଥେଷ୍ଟ ଭଲ ପାଇବା ଦେଇଛନ୍ତି ଏବଂ ଟ୍ରେଲର ରିଲିଜ୍ କୁ ଅପେକ୍ଷା କରିଥିଲେ l ତେବେ ଟ୍ରେଲର ରିଲିଜ୍ ହୋଇଛି ଏବଂ ଏହି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇଛି l
ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ, ପ୍ରଯୋଜିକା ତଥା ଅଭିନେତ୍ରୀ ବର୍ଷା ପଟ୍ଟନାୟକ, ନାୟିକା ଆରୋଶିଖା ମିଶ୍ର, ଦିବ୍ୟା ମହାନ୍ତି, ନାୟକ ସନୋଜ, ସମ୍ରାଟ ମହାପାତ୍ର, ନାଭ୍ୟା ଜାଇତି ପ୍ରମୁଖ ଉପସ୍ଥିତ ଥିଲେ l ଏହି ସମ୍ମିଳନୀରେ ନିର୍ଦ୍ଦେଶକ ଏବଂ କଳାକାର, ଟେକ୍ନିସିଆନ୍ସ ମାନେ ସୁଟିଂ ସମୟର ଅନୁଭୂତି ବାଣ୍ଟିଥିଲେ l ଚଳଚ୍ଚିତ୍ର ଟିର କାହାଣୀ ସମ୍ପୂର୍ଣ୍ଣ ଭୂତକୁ ନେଇ ହୋଇଛି ଏବଂ ଦୁଇ ଭଉଣୀଙ୍କ କଥା ବସ୍ତୁକୁ ନେଇ ଗଢ଼ା ହୋଇଛି l ଅନୁପମ ସବୁବେଳେ ଭିନ୍ନ ଭିନ୍ନ ପରିକଳ୍ପନା ନେଇ, ଓଡ଼ିଆ ଦର୍ଶକଙ୍କ ଚାହିଦାକୁ ଆଖିରେ ରଖି ସିନେମା ତିଆରି କରିଥାନ୍ତି l
ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶନା କ୍ୟାରିୟର ଆରମ୍ଭରୁ ଓଡ଼ିଆ ସିନେ ଦର୍ଶକଙ୍କୁ ଯଥେଷ୍ଟ ମନୋରଞ୍ଜନ ସହିତ ଅନେକ ସାମାଜିକ ବାର୍ତ୍ତା ଦେଇ ଆସିଛନ୍ତି l ଏପରିକି ପ୍ରତୀକ୍ଷା ଚଳଚ୍ଚିତ୍ର ମାଧ୍ୟମରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରି ଗୌରବ ଆଣିଥିଲେ l ତ୍ରିକନ୍ୟା, କର୍ମ ଏବଂ ମନ୍ତ୍ରମୁଗ୍ଧ ଜରିଆରେ ମଧ୍ୟ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇଥିଲେ l ଠିକ ସେହିପରି ଦାହାନ ଦର୍ଶକଙ୍କୁ ଏକ ଅଲଗା ଅନୁଭୂତି ଦେବ ଏବଂ ଏକ ଭିନ୍ନ ଛାପ ଛାଡ଼ିଯିବ ବୋଲି ପ୍ରଯୋଜନା ସଂସ୍ଥାର ପୂର୍ଣ୍ଣ ବିଶ୍ୱାସ ରହିଛି l