ଅମିତ ଶାହାଙ୍କ ବଡ଼ ଘୋଷଣା, ବେଙ୍ଗାଲୁରୁରୁ ବାହାରିବେ ଅନୁପ୍ରବେଶକାରୀ

0

ନୂଆଦିଲ୍ଲୀ :  ବେଙ୍ଗାଲୁରୁରୁ ବାହାରିବେ ଅନୁପ୍ରବେଶକାରୀ । ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ବେଳେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା କରିଛନ୍ତି ଏ ବଡ଼ ଘୋଷଣା । ଅମିତ ଶାହା କହିଛନ୍ତି ଯେ, ମେ ୫ ତାରିଖ ପରେ ଆମେ ପୁରା ପଶ୍ଚିମବଙ୍ଗରୁ ଜଣ ଜଣ କରି ସବୁ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ବାହାର କରିବୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଅନୁପ୍ରବେଶକାରୀମାନେ ଆମ ଯୁବକମାନଙ୍କ ଚାକିରି ଛଡ଼ାଇ ନେଉଛନ୍ତି ଏବଂ ଗରିବଙ୍କ ରାସନ ଖାଉଛନ୍ତି ।

ମମତା ଦିଦି ଏମାନଙ୍କୁ ନିଜର ଭୋଟ୍ ବ୍ୟାଙ୍କ ଭାବେ ବ୍ୟବହାର କରୁଛନ୍ତି । ମମତା ଦିଦି, ଏବେ ଆପଣଙ୍କର ଏବଂ ଆପଣଙ୍କ ସହ ଥିବା ଅନୁପ୍ରବେଶକାରୀଙ୍କ ଯିବାର ସମୟ ଆସିଯାଇଛି । ଉନ୍ନତି ନାମରେ ତୃଣମୂଳ କଂଗ୍ରେସ ସରକାର କୋଟି କୋଟି ଟଙ୍କା ହରିଲୁଟ୍ କରିଛନ୍ତି । କେବଳ ୨୬,୦୦୦ ଯୁବକଙ୍କ ନିଯୁକ୍ତି ପାଇଁ ସେମାନେ ୨୦୦ କୋଟି ଟଙ୍କା ଲାଞ୍ଚ ଖାଇଛନ୍ତି । ମମତା ସରକାର ଦୁର୍ନୀତିଖୋର ନେତାମନ୍ତ୍ରୀ ଯେଉଁ ସବୁ ବେଙ୍ଗଲ ଜନସାଧାରଣଙ୍କର ପଇସା ଆପଣମାନେ ଲୁଟିଛନ୍ତି, ତାହା ଫେରାଇବାକୁ ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି ଶାହା ।

Leave A Reply

Your email address will not be published.