ପୁଣି ଚର୍ଚ୍ଚାରେ ଆଧ୍ୟାତ୍ମିକ ଗୁରୁ ଧୀରେନ୍ଦ୍ର ଶାସ୍ତ୍ରୀ

0

ନୂଆଦିଲ୍ଳୀ: ବାଗେଶ୍ବର ଧ‌ାମର ପୀଠାଧୀଶ୍ବର ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଏବେ ଲଣ୍ଡନରେ ଶ୍ରୀରାମ କଥା ଶୁଣାଉଛନ୍ତି। ସେ ଲଣ୍ଡନରୁ ରହି ଘୋଷଣ କରିଛନ୍ତି ଯେ ଭାରତକୁ କୋହିନୂର୍‌ ନେଇକି ଆସିବେ। ତାଙ୍କର ଏପରି ଘୋଷଣା ଶୁଣିବା ମାତ୍ରରେ ସେଠାରେ ଉପସ୍ଥିତ ଥିବା ସମସ୍ତ ଶ୍ରୋତାଗଣ ତାଳି ମାରିବା ଆରମ୍ଭ କରି ଦେଇଥିଲେ। ତେବେ ନିଜର ଅଭିଭାଷଣ ବେଳେ ବାଗେଶ୍ବର ବାବା ନିଜର ଇଂରେଜ ଭକ୍ତଙ୍କ ଉପରେ ଖୁବ୍ ଧ୍ୟାନ ଦେଉଥିବାର ଦେଖିବାକୁ ମିଛନ୍ତି। ମଝିରେ ମଝିରେ ସେ ଇଂରେଜ ଭକ୍ତମାନଙ୍କୁ କିଛି ନା କିଛି କହୁଥିବାର ଶୁଣିବାକୁ ମିଳୁଛି।

ବାଗେଶ୍ୱର ସରକାର ରାମ କଥା ଶୁଣାଇବାକୁ ଏବେ ୭ ଦିନ ପାଇଁ ଲଣ୍ଡନ ଯାଇଛନ୍ତି। ଏବେ ସୁଦ୍ଧା ୫ ଦିନ ସମାପ୍ତ ହୋଇଛି। ବିଶେଷ କଥା ହେଉଛି ସନାତନ ଧର୍ମୀଙ୍କ ଧର୍ମ ଚର୍ଚ୍ଚା ବିଦେଶୀ ମାଟିରେ ବି ହେଉଛି। ଭାରତ ପରି, ଲଣ୍ଡନରେ ମଧ୍ୟ ବହୁ ସଂଖ୍ୟକ ଭକ୍ତ ବାଗେଶ୍ୱର ବାବାଙ୍କ ପ୍ରବଚନ ଶୁଣିବାକୁ ପହଞ୍ଚିଥିବାର ଭିଡିଓରେ ଦେଖାଯାଇଛି।

 

 

Leave A Reply

Your email address will not be published.