ଓଡ଼ିଆ ଚଳଚ୍ଚିତ୍ର “ଅଭିସାର, ଏକ ପ୍ରେମ କାହାଣୀର ଅଡିଓ ରିଲିଜ୍, ସେପ୍ଟେମ୍ବରରେ ମୁକ୍ତିଲାଭ

ସାରା ଭାରତରେ ପ୍ରଥମଥର ପାଇଁ ଜଣେ କିନ୍ନର ନାୟିକାଙ୍କୁ ନେଇ ନିର୍ମାଣ ହୋଇଛି ଚଳଚ୍ଚିତ୍ର

0

ଫ୍ୟୁଜନ ଏଣ୍ଟରଟେନମେଣ୍ଟ ବ୍ୟାନର ଦ୍ୱାରା ନିର୍ମାଣ ହୋଇଛି ଏକ ଭିନ୍ନ ଧରଣର ମୌଳିକ କାହାଣୀର ଚଳଚ୍ଚିତ୍ର “ଅଭିସାର, ଏକ ପ୍ରେମ କାହାଣୀ” l ପୂର୍ବରୁ ଏହାର ପୋଷ୍ଟର ଉନ୍ମୋଚନ ହୋଇଥିଲା ଯାହାକୁ ଦର୍ଶକ ଅନେକ ଭଲ ପାଇବା ଦେଇଛନ୍ତି l ଏବେ ଏହାର ଅଡିଓ ମୁକ୍ତିଲାଭ ହୋଇଛି l ସେହି ଅବସରରେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ସୁର ରାଉତରାୟ, ଏକାମ୍ର ବିଧାୟକ ବାବୁ ସିଂ, ସମାଜସେବୀ ମନ୍ମଥ ରାଉତରାୟ, ସାହିତ୍ୟିକ ଗୌରହରି ଦାସ, ସିନେମା ପ୍ରଯୋଜକ ସଚ୍ଚିକାନ୍ତ ଜେନା, ମୀରା ପରିଡା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ l

ତାଙ୍କ ସହିତ ସିନେମାର ନିର୍ଦ୍ଦେଶକ ରଞ୍ଜିତ ମହାନ୍ତି, ପ୍ରଯୋଜକ ବିଜୟ କେତନ ମିଶ୍ର, ଲକ୍ଷ୍ମୀପ୍ରିୟା ମହାନ୍ତି, ନାୟିକା ଭୂମି, ନାୟକ ରୁଦ୍ର, ସଙ୍ଗୀତ ନିର୍ଦ୍ଦେଶକ ବିଭୁତି ଗଡ଼ନାୟକ, ଡିଓପି ପ୍ରସନ୍ନ କୁମାର ପ୍ରମୁଖ ଉପସ୍ଥିତ ଥିଲେ l

ଚଳଚ୍ଚିତ୍ରର କାହାଣୀ ଶ୍ରୀମତୀ ସଂଘମିତ୍ରା ଭଞ୍ଜ ଲେଖିଥିବା ବେଳେ ଚିତ୍ରନାଟ୍ୟ, ସଂଳାପ ରଚନା ସହିତ ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ରଞ୍ଜିତ ମହାନ୍ତି l ଚିତ୍ରତ୍ତୋଳନରେ ପ୍ରସନ୍ନ କୁମାର ଏବଂ ସମ୍ପାଦନା ଦାୟିତ୍ୱରେ ରହିଛନ୍ତି ଚନ୍ଦ୍ରଶେଖର ମିଶ୍ର l ଚଳଚ୍ଚିତ୍ରର ଏକ ପ୍ରମୁଖ ବିଭାଗ ସଙ୍ଗୀତ ଦାୟିତ୍ୱରେ ଅଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ବିଭୁତି ଭୂଷଣ ଗଡ଼ନାୟକ l ଏହାର ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ସନ୍ଦୀପ ମହାପାତ୍ର ଏବଂ ଶ୍ରୀଯୁକ୍ତ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ରହିଛନ୍ତି l ଚଳଚ୍ଚିତ୍ରର ପ୍ରଚାର ଓ ପ୍ରସାର ଦାୟିତ୍ୱରେ ମିଡ଼ିଆ ପ୍ଲାନର ପ୍ରଣୟ ଜେଠୀ ଅଛନ୍ତି l

ମୁଖ୍ୟ ଚରିତ୍ରରେ ମୀରା ପରିଡା, ନବାଗତ ଅଭିନେତା ରୁଦ୍ର ପ୍ରତାପ ମହାନ୍ତି ଏବଂ ଅଭିନେତ୍ରୀ ଭୂମି ରହିଛନ୍ତି l ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଥିବା ଭୂମି ଜଣେ କିନ୍ନର l ଜଣେ କିନ୍ନରଙ୍କୁ ନେଇ ସାରା ଭାରତ ସ୍ତରରେ ମୁଖ୍ୟ ଅଭିନେତ୍ରୀ ଚରିତ୍ରରେ ନେଇ ସିନେମା ନିର୍ମାଣ କରିବା ପ୍ରଥମ l ଯାହା ଫ୍ୟୁଜନ ଏଣ୍ଟରନମେଣ୍ଟ ର ଏକ ଦୁଃସାହସିକ ପଦକ୍ଷେପ l ତାଙ୍କ ସହିତ ସହ କଳାକାର ଭାବେ ଆର୍ଯ୍ୟ ମହାନ୍ତି, ଶିବାଜୀ ରାଜା ପ୍ରମୁଖ ଅଭିନୟ କରିଛନ୍ତି l

ଆମ ସମାଜରେ ଏମିତି କିଛି ମୌଳିକ ହୃଦୟସ୍ପର୍ଶୀ କଥା ଅଛି ଯାହାର ପ୍ରତିଟି ପୃଷ୍ଠା ଲେଉଟାଇଲେ ତାହା କାହାଣୀ ର ରୂପ ନିଏ l ଆଉ ତାକୁ ଜୀବନ୍ତ ରୂପ ଦେବାକୁ ଚାହିଁଲେ କାହଁକି କେଜାଣି ପାଦ ପଛଘୁଞ୍ଚା ଦିଏ l ହେଲେ ଫ୍ୟୁଜନ ଏଣ୍ଟରଟେନମେଣ୍ଟ ପଛଘୁଞ୍ଚା ନୁହେଁ, ଆଗକୁ ଆଗକୁ ପାଦ ବଢ଼ାଇ ସମାଜରେ ଘଟୁଥିବା ନିତିଦିନିଆ କାହାଣୀକୁ ଚଳଚ୍ଚିତ୍ର ର ରୂପ ଦେଇ ପ୍ରତିଟି ଦର୍ଶକ ଙ୍କ ପାଖରେ ପହଞ୍ଚାଇବାକୁ ପ୍ରୟାସ ଜାରି ରଖିଚି l

ଚଳଚ୍ଚିତ୍ରର କାହାଣୀ ଚିରାଚରିତ କାହାଣୀଠୁ ଅଲଗା ଏବଂ ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରଥମ ବୋଲି ନିର୍ଦ୍ଦେଶକ ରଞ୍ଜିତ ମହାନ୍ତି ମତ ପ୍ରକାଶ କରିଛନ୍ତି l ଆସନ୍ତା ସେପ୍ଟେମ୍ବର ମାସରେ ପେକ୍ଷାଳୟରେ ମୁକ୍ତିଲାଭ କରିବ ଏବଂ ଚଳଚ୍ଚିତ୍ର “ଅଭିସାର, ଏକ ପ୍ରେମ କାହାଣୀ” କୁ ସାରା ଓଡିଶାବାସୀ ଢେର ଭଲ ପାଇବା ଦେବେ ବୋଲି ପ୍ରଯୋଜନା ସଂସ୍ଥା ଆଶାପ୍ରକଟ କରିଛନ୍ତି l

Leave A Reply

Your email address will not be published.