ପାକିସ୍ତାନରେ ଇମ୍ରାନ ଖାନଙ୍କୁ ବଡ଼ ଝଟକା

0

ନୂଆଦିଲ୍ଲୀ(ଆମ ଟିଭି): ପାକିସ୍ତାନରେ ଅନୁଷ୍ଠିତ ହୋଇଥିବା ସାଧାରଣ ନିର୍ବାଚନରେ କୌଣସି ବି ଦଳ ସଂଖ୍ୟାଗରିଷ୍ଠତା ହାସଲ କରିନାହାଁନ୍ତି । ଜାତୀୟ ସଭାରେ ସଂଖ୍ୟାଗରିଷ୍ଠତା ସଂଖ୍ୟା ହେଉଛି ୧୬୯ । ଏହି ସଂଖ୍ୟା ହାସଲ କରିବା ପାଇଁ ପାକିସ୍ତାନରେ ମିଳିତ ମେଣ୍ଟ ରାଜନୀତି ତୀବ୍ର ହେବାରେ ଲାଗିଛି । ଘୋଡାବେପାର ଆରମ୍ଭ ହେଇଯାଇଛି । ଇମ୍ରାନ ଖାନଙ୍କ ଦ୍ୱାରା ସମର୍ଥିତ ନେତାମାନେ ମଧ୍ୟ ନୱାଜ ସରିଫଙ୍କୁ ସମର୍ଥନ କରିବା ଆରମ୍ଭ କରିଛନ୍ତି ।

ପାକିସ୍ତାନ ନିର୍ବାଚନରେ କୌଣସି ଦଳକୁ ସଂଖ୍ୟାଗରିଷ୍ଠତା ମିଳିନାହିଁ । ଏହାପରେ ମେଣ୍ଟ ରାଜନୀତି ଆରମ୍ଭ ହେଇଯାଇଛି । ଲାହୋର ଜାତୀୟ ସଭାର ଏନ-୧୨୧ ଆସନରୁ ଜିତିଥିବା ଆଜାଦ ପ୍ରାର୍ଥୀ ୱାସିମ କାଦିରଙ୍କୁ ସମର୍ଥନ କରୁଥିବା ତେହେରିକ-ଇ-ଇନସାଫ (ପିଟିଆଇ) ପାକିସ୍ତାନ ମୁସଲିମ ଲିଗ-ନୱାଜରେ ଯୋଗ ଦେଇଛି । ଭୋଟ ଗଣତି ଆରମ୍ଭ ହେବାର ଗୋଟିଏ ଦିନ ପରେ ନୱାଜ ସରିଫ ଅନ୍ୟ ଦଳ ଏବଂ ପ୍ରାର୍ଥୀଙ୍କୁ ତାଙ୍କ ସହ ଯୋଗଦେବାକୁ ଆମନ୍ତ୍ରଣ କରିଥିଲେ । ଏବେ ନୱାଜ ସରିଫ ୱାସିମ କାଦିରଙ୍କ ରୂପରେ ଇମ୍ରାନ ଖାନଙ୍କ ପ୍ରଥମ ୱିକେଟ୍ ନେଇଛନ୍ତି ।

Leave A Reply

Your email address will not be published.