ମେଗା ଆକ୍ସନ୍ ଷ୍ଟାର ଅରିନ୍ଦମ ଙ୍କ “ରାମ୍” ଚଳଚ୍ଚିତ୍ର ରେ ବଲିଉଡ ଅଭିନେତା ରାହୁଲ ଦେବ* 

0

ଭୁବନେଶ୍ୱର :କିଛି ଦିନର ନୀରବତା ପରେ ଓଲିଉଡ଼ ମେଗା ଆକ୍ସନ୍ ଷ୍ଟାର ଅରିନ୍ଦମ ରୟ କମ୍ ବ୍ୟାକ୍ କରୁଛନ୍ତି ଏଇ ଦଶହରା ରେ “ରାମ୍” ଅବତାରରେ l ‘ବାବୁ ଭାଇଜାନ୍’ ପରେ ନୂଆଲୁକ୍, ନୂଆ କାହାଣୀ ସହ ଦଶହରାକୁ ଦ୍ବିଗୁଣିତ ଉତ୍ସବ ମୁଖର କରିବା ସହିତ ଓଲିଉଡ଼ ଦର୍ଶକଙ୍କୁ ଦଶହରା ଭେଟି ଦେବାକୁ ଯାଉଛନ୍ତି l ତେବେ ରତ୍ନା ଫିଲ୍ମ ବ୍ୟାନରର ଚତୁର୍ଥ ଅବଦାନ ତଥା ନିଜ ପ୍ରଯୋଜନାରେ ଦଶହରାରେ ମୁକ୍ତିଲାଭ କରିବାକୁ ଯାଉଥିବା ଏହି ନୂଆ ଚଳଚ୍ଚିତ୍ର ସୁଟିଂ ସମୟରୁ ହିଁ ଇତିହାସ ସୃଷ୍ଟି କରିଛି l ଏକା ସାଙ୍ଗରେ ଦୁଇଟି ୟୁନିଟ ରେ ସୁଟିଂ ଚାଲିଥିବା ବେଳେ ୬ ଟି କ୍ୟାମେରା ରେ ସୁଟିଂ ହେଉଛି l ଯାହା ଓଲିଉଡ଼ ସିନେ ଜଗତ ପାଇଁ ନିଶ୍ଚିତ ଭାବେ ନୂଆ କଥା l ଗୋଟିଏ ୟୁନିଟ ରେ ଫାଇଟ୍ ଦୃଶ୍ୟ ଏବଂ ଦ୍ଵିତୀୟ ୟୁନିଟ ରେ ବଲିଉଡ ଅଭିନେତା ରାହୁଲ ଦେବ ଙ୍କ ଦୃଶ୍ୟ ସୁଟିଂ ହେଉଛି l କିଛି ଦିନ ତଳେ ଚଳଚ୍ଚିତ୍ର ର ନାଁ “R. A. M (ରାମ) ରଖାଯାଇଥିବା ଖବର ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ର ବିଷୟ ଥିଲା ଏବଂ ଏହି ‘ରାମ’ ଚଳଚ୍ଚିତ୍ର ନାମ ଘୋଷଣା ଏକ ବର୍ଣ୍ଣାଢ୍ୟ ପରିବେଶ ରେ ହୋଇଥିଲା l ଏଥର ବଲିଉଡ୍ ଅଭିନେତା ରାହୁଲ୍ ଦେବଙ୍କ ଧମାକାଦାର ଏଣ୍ଟ୍ରୀ ଓଡିଆ ଚଳଚ୍ଚିତ୍ରପ୍ରେମୀଙ୍କ ପାଇଁ ସ୍ମରଣୀୟ ହୋଇ ରହିବ ।

ଚଳଚ୍ଚିତ୍ରର ନିର୍ଦ୍ଦେଶନାରେ ଅଶୋକ ପତି ଏବଂ ଚିତ୍ରନାଟ୍ୟ ଓ ସଂଳାପ ଦାୟିତ୍ୱରେ ଭାରଦ୍ୱାଜ ପଣ୍ଡା ରହିଛନ୍ତି।

ଫିଲ୍ମଟି ଦଶହରାରେ ମୁଜ୍ତିଲାଭ କରିବା ପାଇଁ ସ୍ଥିର ହୋଇଥିବା ଯୋଗୁଁ କଟକ, ଭୁବନେଶ୍ୱର ର ବିଭିନ୍ନ ସ୍ଥାନରେ ସୁଟିଙ୍ଗ ଚାଲିଛି l ଗୀତ ଗୁଡିକର ରେକର୍ଡିଂ ମଧ୍ୟ ଶେଷ ହୋଇଯାଇଛି । ଅସାଦ ନିଜାମ ଓ ଲିଙ୍କନ୍ ଙ୍କ ଙ୍କ ଦମଦାର ମ୍ୟୁଜିକ୍ ଦଶହରା ମାହୋଲ କୁ ସରଗରମ ନିଶ୍ଚୟ କରିବ ବୋଲି ଶ୍ରୋତା ଆଶା କରିଛନ୍ତି l l ଅରିନ୍ଦମ ରୟ ଙ୍କ କମ୍ ବ୍ୟାକ୍ କୁ ନେଇ ସମସ୍ତେ ଶୁଭେଚ୍ଛା ଜଣାଇବା ସହିତ ଓଲିଉଡ଼ ରେ ରାମ୍ ଚଳଚ୍ଚିତ୍ର ଚହଳ ସୃଷ୍ଟି କରୁ ସମସ୍ତେ ଏଇ କାମନା କରୁଛନ୍ତି l ରାମ୍ ବିଗ ବଜେଟ ର ସିନେମା ହୋଇଥିବାରୁ ପ୍ରଚାର ପ୍ରସାରରେ ଦାୟିତ୍ୱ ରେ ଥୁବା ମିଡ଼ିଆ ପ୍ଲାନରର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ଵେଶ୍ ତତ୍ପର ରହିଛନ୍ତି। ଓଡିଶା ଦର୍ଶକ ଦେଖିବେ ସଵଠୁ ବ୍ୟୟ ଵହୁଳ ଓଡ଼ିଆ ଆକ୍ସନ ଚଳଚ୍ଚିତ୍ର।

Leave A Reply

Your email address will not be published.