ଚଳଚ୍ଚିତ୍ର ‘ଅପରେସନ୍ ୧୨/୧୭’ ଶୁଟିଂ ର ପ୍ରଥମ ପର୍ଯ୍ୟାୟ ଶେଷ

0

ଭୁବନେଶ୍ୱର :ଯବାନ ପରିବାରର ସଂଘର୍ଷ ର କାହାଣୀ, ଫିଲ୍ମ ‘ଅପରେସନ ୧୨/୧୭’ର ଶୁଟିଂ କଟକର ଆଠଗଡ ଅଞ୍ଚଳରେ ଚାଲିଥିବା ବେଳେ ସେଟ୍ ରେ ଘଟିଲା ଗୋଟେ ବଡ଼ ଅଘଟଣ l ଫିଲ୍ମର ମୁଖ୍ୟ ନାୟକ ଶ୍ରେୟାନ ଓ ନାୟିକା ଭୂମିକା ଦାଶ ଗୁରୁତର ଆହତ ହୋଇଥିବା ବେଳେ କିଛି ସମୟ ପାଇଁ ଶୁଟିଂ ବନ୍ଦ କରିବାକୁ ପଡିଥିଲା ।

ବହୁତ ଘାତ ପ୍ରତିଘାତ ସହି ଅଭିନେତା ଅଭିନେତ୍ରୀ ପ୍ରଥମ ପର୍ଯ୍ୟାୟ ସୁଟିଂ ସାରିବା ପରେ ଦ୍ଵିତୀୟ ପର୍ଯ୍ୟାୟ ସୁଟିଂ ପାଇଁ ଟିମ୍ କୋରାପୁଟ ଯିବାକୁ ପ୍ରସ୍ତୁତ ହେଉଛି l ପ୍ରଥମ ପର୍ଯ୍ୟାୟ ସୁଟିଂ ରେ ନାୟକ ଶ୍ରେୟାନ୍ ଏବଂ ଭୂମିକା ଦାଶ ଙ୍କ ସହିତ ଅଭିନେତା ପ୍ରଶାନ୍ତ ପାତ୍ର ଥିଲେ ।

ଦ୍ବିପାୟନ ପଟ୍ଟନାୟକ ଙ୍କ କାହାଣୀ, ଶୁଭ୍ରା ପଟ୍ଟନାୟକ ଙ୍କ ପ୍ରଯୋଜନା, ଦିଲ୍ଲୀପ ଚୌଧୁରୀଙ୍କ ସଂଳାପ ରେ ନିର୍ମାଣ ହେଉଥିବା ଆକ୍ସନ ଚଳଚ୍ଚିତ୍ର “ଅପରେସନ୍ ୧୨/୧୭” ର ଚିତ୍ରତ୍ତୋଳନ ରେ ଅଛନ୍ତି ପ୍ରଶାନ୍ତନୁ ମହାପାତ୍ର l ଗୀତ ଗୁଡିକୁ ସଙ୍ଗୀତ ରେ ସଜାଡିଛନ୍ତି ଆଜିକାଲି ର ଟ୍ରେଣ୍ଡୀ ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ ।

ମୁଖ୍ୟ ଚରିତ୍ରରେ ଭୂମିକା ଦାଶ ଏବଂ ଶ୍ରେୟାନ ଅଛନ୍ତି ଲ୍। ଏମାନଙ୍କ ସହିତ ଓଡିଶା ସିନେ ଦୁନିଆର ବହୁ ଲୋକପ୍ରିୟ କଳାକାର ଚୌଧୁରୀ ବିକାଶ ଦାସ, ଚୌଧୁରୀ ଜୟପ୍ରକାଶ ଦାସ, ପ୍ରଶାନ୍ତ ପାତ୍ର, ଅମର ମହାପାତ୍ର, ଦୁଷ୍ମନ୍ତ, ପଙ୍କଜ ମହାନ୍ତି, ଲୋପାମୁଦ୍ରା ଏବଂ ଶିଶୁ କଳାକାର ସାନ୍ଭୀ ପ୍ରମୁଖ ରହିଛନ୍ତି । ପ୍ରଚାର ଓ ପ୍ରସାର ଦାୟିତ୍ୱ ରେ ଅଛନ୍ତି ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ ।

Leave A Reply

Your email address will not be published.