ଭୁବନେଶ୍ୱର(ଆମ ଟିଭି): ସିବିଆଇ ଅଧିକାରୀ କହି ଚଳୁ କରିଦେଲେ । ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏପରି ଘଟଣା । ରାଜଧାନୀର ନନ୍ଦନବିହାରୀ ଅଞ୍ଚଳରେ ସିବିଆଇ ଅଧିକାରୀ କହି ୨ କୋଟି ଟଙ୍କା ଲୁଟ ହୋଇଛି । ଅନ୍ୟ ୩ ଅଭିଯୁକ୍ତଙ୍କୁ କାବୁ କରି କମିସନରେଟ ପୋଲିସ ପଚରା ଉଚରା କରୁଛି । ପୂର୍ବରୁ ଏହି ମାମଲାରେ ୫ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଏବେ ୩ ଜଣ ଧରାପଡିଛନ୍ତି । ଗିରଫ ଅଭିଯୁକ୍ତଙ୍କର ଝାରପଡା ଜେଲରେ ଟିଆଇ ପରେଡ ହେବ ବୋଲି ସୂଚନା ମିଳିଛି । ଅଭିଯୁକ୍ତଙ୍କ ଠାରୁ ପୋଲିସ ନଗଦ ୧ କୋଟି ୨ ଲକ୍ଷ ଟଙ୍କା ପୋଲିସ ଉଦ୍ଧାର କରିଥିଲା ।
ଗତ ରବିବାର ନନ୍ଦନବିହାର ଅଞ୍ଚଳର ନିବାରଣ ପାଣିଙ୍କ ଘରେ ନିଜକୁ ସିବିଆଇ ଅଧିକାରୀର ପରିଚୟ ଦେଇ ଡକାୟତ ଦଳ ଘରେ ପଶିବା ପରେ ଲୁଟପାଟ କରିଥିଲେ । ନଗଦ ୨ କୋଟି ଟଙ୍କା ଲୁଟିନେଇଥିବା ଅଭିଯୋଗ ହେବା ପରେ ପୋଲିସ ତନାଘନା ଆରମ୍ଭ କରିଥିଲା ।