ହିମାଚଳ ବର୍ଷା ବିପର୍ୟ୍ୟୟ, ମୃତ୍ୟୁ ସଂଖ୍ୟା ୬୦କୁ ବୃଦ୍ଧି

0

ନୂଆଦିଲ୍ଲୀ (ଆମ ଟିଭି): ଲଗାଣବର୍ଷା ହିମାଚଳବାସୀଙ୍କ ସମସ୍ୟା ବଢାଇଛି । ଲଗାତାର ବର୍ଷା ଜାରି ରହିବା ଫଳରେ ରାଜ୍ୟରେ ମୋଟ ୬୦ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଅନେକ ଲୋକ ବିଭିନ୍ନ ସ୍ଥାନରେ ଫସି ରହିଥିବାର ଖଦବର ମଧ୍ୟ ସାମ୍ନାକୁ ଆସିଛି । ଲଗାତାର ବର୍ଷା ଜାରି ରହିବା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଭୁସ୍ଖଳନ ହୋଇଛି ।

କେଉଁଠି ଘର ଭୂଷିଡ଼ି ପଡିଛି ତ ଆଉ କେଉଁଠି ଶିକ୍ଷାନୁଷ୍ଠାନ ମଧ୍ୟରେ ବର୍ଷା ପାଣିରେ ଧୋଇ ହୋଇ ଭୂଷୁଡ଼ି ପଡିଛି । ଅନେକ ଅଂଚଳ ବାହ୍ୟ ଜୀବଜଗତରୁ ବିଛିନ୍ନ ହୋଇଛନ୍ତି । କିଛି ସ୍ଥାନରେ ବିଜୁଳି ନାହିଁ । ଆଉ କେଉଁଠି ଅନ୍ୟ ସମସ୍ୟା ଅଛି । ସେପଟେ ଏନଡ଼ିଆରଏଫ ଦଳ ଉଦ୍ଧାରକାର୍ୟ୍ୟରେ ଲାଗିଛି ।

 

Leave A Reply

Your email address will not be published.