ସିଙ୍ଗାପୁରରେ ପ୍ରଦର୍ଶିତ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’

0

ଭୁବନେଶ୍ବର(ଆମ ଟିଭି): ପୁଣୀ ଜାତୀୟ ସ୍ତରରେ ଚମକିଲା ଓତିଆ ଚଳଚ୍ଚିତ୍ର ପ୍ରତୀକ୍ଷା । ଜାତୀୟ ଚଳଚ୍ଚିତ୍ର ପୁରସ୍କାରପ୍ରାପ୍ତ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ସିଙ୍ଗାପୁରରେ ପ୍ରଦର୍ଶିତ ହୋଇଛି। ସିଙ୍ଗାପୁର ଓଡ଼ିଆ ସମାଜ ଏହାର ଆୟୋଜନ କରିଥିଲେ। ଏଥିରେ ପ୍ରାୟ ଶହେ ଲୋକ ଯୋଗ ଦେଇ ଫିଲ୍ମ ଆରମ୍ଭରୁ ଶେଷ ପର୍ୟ୍ୟନ୍ତ ଦେଖିଥିଲେ। ଓଡ଼ିଆ ବ୍ୟତୀତ ଅନ୍ୟ ରାଜ୍ୟର ବିଭିନ୍ନ ଭାଷାଭାଷୀର ଦର୍ଶକ ମଧ୍ୟ ଏହି ସିନେମା ଦେଖିଥିଲେ। ଦର୍ଶକମାନେ ଫିଲ୍ମର ଭୁରିଭୁରି ପ୍ରଶଂସା କରିଥିଲେ।

ସୂଚନାଯୋଗ୍ୟ, ଯୁବ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ମଧ୍ୟବିତ୍ତ ପରିବାରରେ ବାପପୁଅଙ୍କ ସଂପର୍କ ଓ ଚାକିରି ପାଇଁ କେମିତି ପୁଅ ସମସ୍ୟା ଭୋଗ କରେ ସେହି କାହାଣୀକୁ ଦର୍ଶାଯାଇଛି। ବିଶିଷ୍ଟ କଥାକାର ଗୌରହରି ଦାସଙ୍କ କ୍ଷୁଦ୍ରଗଳ୍ପ ‘ବାପା’ର କାହାଣୀକୁ ନେଇ ଚଳଚ୍ଚିତ୍ର ତିଆରି ହୋଇଛି। ଚଳଚ୍ଚିତ୍ର ୨୦୨୨ ଡିସେମ୍ବର ୨ ତାରିଖରେ ମୁକ୍ତି ଲାଭ କରିଥିଲା। ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ସମାରୋହରେ ଫିଚର ଫିଲ୍ମ ବର୍ଗରେ ‘ପ୍ରତୀକ୍ଷା’କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ କରିଥିଲେ। ଏଥିରେ ଦୀପାନ୍ଵିତ, ବର୍ଷା ପଟ୍ଟନାୟକ, ଜୟପ୍ରକାଶ ଏବଂ ସିଦ୍ଧାନ୍ତ ମହାପାତ୍ର ପ୍ରମୁଖ ଅଭିନୟ କରିଛନ୍ତି।

Leave A Reply

Your email address will not be published.