ଭୁବନେଶ୍ୱର(ଆମ ଟିଭି): ପ୍ରଶାନ୍ତ ଜଗଦ୍ଦେବଙ୍କୁ ନେଇ ରାଜ୍ୟ ରାଜନୀତି ଏବେ ହଲଚଲ ହେଉଛି । ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ବୟାନକୁ ନେଇ ଘେରିଛି ବଜେପି । ପ୍ରଶାନ୍ତ ଜଗଦେବ ବିଜେପିରେ ଯୋଗଦେବେ। ଏହା ସମ୍ପୂର୍ଣ ମିଥ୍ୟା। କେନ୍ଦ୍ର ମନ୍ତ୍ରୀଙ୍କ ସହ ପ୍ରଶାନ୍ତଙ୍କର ଯୋଗାଯୋଗ ନାହିଁ। ଯଦି ପ୍ରମାଣ ଅଛି, ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଦିଅନ୍ତୁ। ସେ କେବଳ ତୃତୀୟ ମହଲାର ଇଙ୍ଗିତରେ ଏସବୁ କହୁଛନ୍ତି। ସସ୍ମିତଙ୍କ ପ୍ରତିକ୍ରିୟାରେ ଏକ ପ୍ରତିଶତ ସତ୍ୟତା ନାହିଁ। କେହି ଆଲୋଚନା କରି ନାହାନ୍ତି, ସାକ୍ଷାତ କରିନାହାନ୍ତି।
ହଠାତ ବିଜେଡି କାହିଁକି କଥା ଆଣିଲା, ଉତ୍ତର ସେ ହିଁ ଦେବ। ବିଜୁ ଜନତା ଦଳ ଶାରୀରିକ ଏବଂ ମାନସିକ ସ୍ତରରେ ଅସୁସ୍ଥ, ସେତେବେଳେ ବିଭିନ୍ନ ପ୍ରଳାପ ଆରମ୍ଭ କରିଛନ୍ତି। ଭୁବନେଶ୍ୱର ସାଂସଦଙ୍କୁ ଆକ୍ରମଣ କରିବା ସହିତ ବିଭିନ୍ନ କଦର୍ୟ୍ୟ ଆକ୍ଷେପ, ମିଛ ଆରୋପ କରାଯାଉଛି। ଏଭଳି ଟିପ୍ପଣୀ ଦେଇଛନ୍ତି ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ।