ଯାଜପୁରରେ ପାଣ୍ଡିଆନଙ୍କୁ କଂଗ୍ରେସର ବିରୋଧ

0

ଭୁବନେଶ୍ୱର(ଆମ ଟିଭି): ଆଜି ଯାଜପୁର ଗସ୍ତରେ ଅଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ୍ । ସେଠାରେ ବି ତାଙ୍କୁ ବିରୋଧ କରାଯାଇଛି । କଳା ଶାଢି ପିନ୍ଧି ମହିଳା କଲେ ପ୍ରତିବାଦ । ତିନିଦିନିଆ ଗସ୍ତରେ ଥିବା ସଚିବଙ୍କର ଆଜି ଚାନ୍ଦମା ପଡିଆରେ କାର୍ୟ୍ୟକ୍ରମ ରହିଛି । ଗୋପବନ୍ଧୁ ଛକରୁ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବଳିତା ପରିଡାଙ୍କ ନେତୃତ୍ୱରେ ମହିଳାମାନେ ପ୍ରତିବାଦ କରିଛନ୍ତି । ତେବେ ପୋଲିସ ଚୋରଦା ଛକଠାରେ ତାଙ୍କୁ ଅଟକାଇଛି ।

ନିକଟରେ ରାଜ୍ୟ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ସଚିବଙ୍କୁ କଂଗ୍ରେସ ବିରୋଧ କରିବ । ଏମିତିକି କାଳି ମାଡ ସହ ଅଣ୍ଡା ମାଡ କରିବାକୁ ଦଳ ନିଷ୍ପତି ନେଇଛି ବୋଲି ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଥିଲେ । ଯାହାର ପ୍ରତିଫଳନ ଆଜି ସଚିବଙ୍କ ଯାଜପୁର ଗସ୍ତ ବେଳେ ଦେଖିବାକୁ ମିଳିଛି ।

Leave A Reply

Your email address will not be published.