ପୁଣି ଓପାସରେ ପ୍ରଭୁ ଲିଙ୍ଗରାଜ

0

ଭୁବନେଶ୍ୱର(ଆମ ଟିଭି): ପୁଣି ପ୍ରଭୁ ଲିଙ୍ଗରାଜଙ୍କ ନୀତିରେ ବିଭ୍ରାଟ ଦେଖାଦେଇଛି । ସେବାୟତଙ୍କ ମନମାନୀ ପାଇଁ ପ୍ରଭୁ ଲିଙ୍ଗରାଜଙ୍କୁ ପୁଣି ଓପାସ ରହିବାକୁ ପଡ଼ିଛି । ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଟଣାଓଟରା ଯୋଗୁଁ ଓପାସରେ ଅଛନ୍ତି ମହାପ୍ରଭୁ ଲିଙ୍ଗରାଜ । ଯାହାକୁ ନେଇ ଭକ୍ତଙ୍କ ମହଲରେ ଉଦବେଗ ପ୍ରକାଶ ପାଇଛି ।

ଗତକାଲି ସନ୍ଧ୍ୟା ଧୂପ ପରଠାରୁ ଠାକୁରଙ୍କ ନୀତି ବନ୍ଦ ହୋଇଯାଇଛି । ଶ୍ରାବଣର ଶେଷ ସୋମବାରରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ପଇତା ଲାଗି କରିବାକୁ ନେଇ ଦୁଇ ସେବାୟତଙ୍କ ମଧ୍ୟରେ ଟଣାଓଟରା ହୋଇଥିଲା । ପୂଜାପଣ୍ଡା ସେବାୟତ ଓ ବଡୁ ସେବାୟତଙ୍କ ମଧ୍ୟରେ ବିବାଦ ପରେ ମନ୍ଦିରର ନୀତିକାନ୍ତି ବନ୍ଦ ରହିଛି । ୨୦୨୦ ମସିହାରୁ ଏହି ବିବାଦ ଲାଗି ରହିଛି । ହେଲେ ଏହାର ସମାଧାନ ହୋଇପାରୁ ନାହିଁ ।

Leave A Reply

Your email address will not be published.