ହୀରାକୁଦର ଖୋଲିଲା ଆଉ ୪ଟି ଗେଟ୍, ୨୪ ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

0

ସମ୍ବଲପୁର : ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍ । ଆଜି ସକାଳୁ ୪ଟି ଗେଟ୍ ଖୋଲିବା ପରେ ଏବେ ହୀରାକୁଦର ୨୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଅବପାତ ପ୍ରଭାବରେ ଛତିଶଗଡ଼ରେ ଜାରି ରହିଛି ପ୍ରବଳ ବର୍ଷା । ଫଳରେ ମହାନଦୀରେ ବଢ଼ୁଛି ଜଳସ୍ତର । ଅବପାତ ପ୍ରଭାବରେ ଛତିଶଗଡ଼ରେ ଜାରି ରହିଛି ପ୍ରବଳ ବର୍ଷା । ଫଳରେ ମହାନଦୀରେ ବଢ଼ୁଛି ଜଳସ୍ତର ।

ବର୍ତ୍ତମାନ ହୀରାକୁଦର ୨୪ଟି ଗେଟ୍ ଖୋଲିବା ପରେ ମହାନଦୀର ତଳମୁଣ୍ଡରେ ବନ୍ୟା ଆଶଙ୍କା ବଢ଼ିଛି ।  ସୂଚନା ଅନୁସାରେ, ଆଜି ମଧ୍ୟରାତ୍ରରେ ନରାଜରେ ପ୍ରାୟ ୬ ଲକ୍ଷ କ୍ୟୁସେକ୍ ଜଳ ପହଞ୍ଚିପାରେ । ଏହା ଫଳରେ ଛୋଟ ବନ୍ୟା ଆସିବାର ଆଶଙ୍କା ରହିଛି । ତେବେ ଛତିଶଗଡ଼ରେ ଏବେ ବି ପ୍ରବଳ ବର୍ଷା ଜାରି ରହିଥିବାରୁ ମହାନଦୀକୁ ଆହୁରି ଅଧିକ ଜଳ ଆସିବାର ଆଶଙ୍କା କରାଯାଉଛି ।

Leave A Reply

Your email address will not be published.