ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଭାଇଙ୍କ ଉପରେ ମରଣାନ୍ତକ ଆକ୍ରମଣ, ଅବସ୍ଥା ଗୁରୁତର

0

ବିହାର : ବଲିଉଡର ଲୋକପ୍ରିୟ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଭାଇ ଉପରେ ବିହାରର ଗୋପାଳଗଂଜରେ ମରଣାନ୍ତକ ଆକ୍ରମଣ । ଏହି ଆକ୍ରମଣ ଯୋଗୁଁ ଅଭିନେତାଙ୍କ ଭାଇଙ୍କ ଅବସ୍ଥା ଗୁରୁତର ରହିଛି । ପଙ୍କଜ ତ୍ରିପାଠୀଙ୍କ ଭାଇ ବିଜେନ୍ଦ୍ର ନାଥ ତିୱାରୀଙ୍କ ଚିକିତ୍ସା ପାଇଁ ପାଟନାକୁ ରେଫର କରାଯାଇଛି । ପୋଲିସ ଏହି ଘଟଣାର ଯାଞ୍ଚ କରି ଅଭିଯୁକ୍ତକୁ ଧରିବା ପାଇଁ ଏକ ଟିମ୍ ଗଠନ କରିଛି ।

ଖବର ମୁତାବକ, ବିହାରର ଗୋପାଳଗଂଜରେ ପଙ୍କଜ ତ୍ରିପାଠୀଙ୍କ ଭାଇ ବିଜେନ୍ଦ୍ର ନାଥ ତିୱାରୀଙ୍କ ଉପରକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା । ଆକ୍ରମଣ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ବିଜେନ୍ଦ୍ରଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କୁ ପାଟନା ସ୍ଥିତ ଏମ୍ସକୁ ରେଫର କରାଯାଇଛି । ପଙ୍କଜ ତ୍ରିପାଠୀଙ୍କ ଭାଇକୁ ମାଧୋପୁର ଥାନା ବେଲସଣ୍ଡ ଗାଁରେ ଆକ୍ରମଣ କରାଯାଇଛି । ଆକ୍ରମଣ ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ପୋଲିସ ଏହି ମାମଲାରେ ଅଭିଯୁକ୍ତକୁ ଧରିବା ପାଇଁ ସ୍ପେଶାଲ ଟିମ୍ ଗଠନ କରିଛି । ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ କରିଛି ।

ବିଜେନ୍ଦ୍ର ନାଥଙ୍କ ପଡୋଶୀଙ୍କ ସହିତ ପୁରୁଣା କଥାକୁ ନେଇ ପାଟିତୁଣ୍ଡ ହେଉଥିଲା । ତେଣୁ ସେମାନେ ଏଭଳିକାଣ୍ଡ କରିଥାଇପାରନ୍ତି ବୋଲି ପୋଲିସ ଅନୁମାନ କରୁଛି । ଆକ୍ରମଣ ପରେ ସମସ୍ତେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଘଟଣା ପରେ ପୋଲିସ ଅଭିଯୁକ୍ତକୁ ଖୋଜିବା ପାଇଁ ଚେଷ୍ଟାକରୁଛି । ପୋଲିସ ପଙ୍କଜ ତ୍ରିପାଠୀଙ୍କ ସଂପର୍କୀୟ ଏବଂ ଘର ଆଖପାଖରେ ଥିବା ଲୋକଙ୍କୁ ପଚରାଉଚରା କରୁଛି ।

Leave A Reply

Your email address will not be published.