ଆମେରିକାକୁ ହାର୍ଟ୍ ଆଟାକ୍ ଦେବ ଇରାନ, ତେହେରାନକୁ ଘେରିବ ୟୁଏସର ଡାର୍କ୍ ଇଗଲ’

0

ମଧ୍ୟପ୍ରାଚ୍ୟରେ ଉତ୍ତେଜନା କମିବାର ନାଁ ନେଉନାହିଁ । ଆମେରିକା ଏବଂ ଇରାନ ମଧ୍ୟରେ ଅସ୍ତ୍ରବିରତି ଘୋଷଣା ହୋଇଛି । ତଥାପି ପରସ୍ପର ବିରୋଧରେ ଉତ୍ତେଜନାମୂଳକ ବୟାନବାଜି କରୁଛନ୍ତି । ତେବେ ଆମେରିକା ବିରୋଧରେ ଇରାନ ନୂଆ ଅସ୍ତ୍ର ବ୍ୟବହାର କରିବ ବୋଲି କହିଛି । ସେପଟେ ଆମେରିକା ମଧ୍ୟ ନିଜର ଏକ ଭୟଙ୍କର ଅସ୍ତ୍ରକୁ ତେହେରାନ ବିରୋଧରେ ବ୍ୟବହାର କରିବାକୁ ଧମକ ଦେଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଷ୍ଟ୍ରେଟ୍ ଅଫ୍ ହର୍ମୋଜକୁ ନେଇ ଇରାନର ପ୍ରସ୍ତାବକୁ ପ୍ରତାଖ୍ୟାନ କରିବା ପରେ ଉଭୟ ପରସ୍ପରକୁ ବର୍ଷିଛନ୍ତି ।

ଇରାନ୍ ନୌସେନା କମାଣ୍ଡର ଆଡମିରାଲ ଶାହାରନ୍ ଇରାନୀ କହିଛନ୍ତି ଯେ, ଖୁବ୍ ଶୀଘ୍ର ସେମାନେ ଶତ୍ରୁ ସେନାକୁ ମାତ୍ ଦେବେ । ଇରାନ ଯାହା କରିବ ତାହା ଦେଖି ସେମାନଙ୍କୁ ହାର୍ଟ୍ ଆଟାକ୍ ନ ଆସିବା ଦରକାର । ଏହାସହ ଆମେରିକାର ଅର୍ଥନୈତିକ ଚାପ ପ୍ରୟୋଗକୁ ସେ ସମାଲୋଚନା କରିଛନ୍ତି ।

ଏହାସହ ସେ କହିଛନ୍ତି ଯେ, ଶତ୍ରୁମାନେ ଇରାନକୁ ଦଖଲ କରିବେ ବୋଲି ଭ୍ରାନ୍ତ ଧାରଣାରେ ରହିଛନ୍ତି । ଇରାନ୍ ସେନା ଆମେରିକାର ଆବ୍ରାହମ୍ ଲିଙ୍କନ୍ ଉପରେ ୭ଟି ମିସାଇଲ୍ ଷ୍ଟ୍ରାଇକ୍ କରିଛି । ଫଳରେ ଏହି ଜାହାଜରୁ ଆମେରିକା ମିସାଇଲ୍ ଉତକ୍ଷେପଣ କରିପାରୁ ନାହିଁ । ଏବେ ଇରାନ ଷ୍ଟ୍ରେଟ୍ ଅଫ୍ ହର୍ମୋଜକୁ ବନ୍ଦ କରିଦେଇଛି । ଯଦି ଶତ୍ରୁ ଦେଶ ଏଠାରେ କିଛି ପଦକ୍ଷେପ ନିଅନ୍ତି ତାହାଲେ କାଳ ବିଳମ୍ବ ନକରି ସେମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଆହୁରି ମଧ୍ୟ ଅନେକ ଇରାନୀ ଜାହାଜକୁ ବେଆଇନ ଭାବେ ଜବତ କରିବାକୁ ନେଇ ଶାହାରନ୍ ଆମେରିକାକୁ ସମାଲୋଚନା କରିଛନ୍ତି ।

ଆମେରିକାର ନୂଆ ଯୋଜନା

ୟୁଏସ ମଧ୍ୟପ୍ରାଚ୍ୟରେ ଡାର୍କ୍ ଇଗଲ୍ ହାଇପରସୋନିକ୍ ମିସାଇଲ୍ ନିୟୋଜିତ କରିବାକୁ ଯାଜନା କରିଛି । ଯାହା ଆମେରିକାର ଇରାନ ଦଖଲକୁ ଅଧିକ ବଳ ଯୋଗାଇବ । ଏହାଦ୍ୱାରା ଇରାନରେ ଆମେରିକାର ପଦାତିକ ବାହିନୀ ଓହ୍ଲାଇପାରନ୍ତି । ଅନ୍ୟ ଦିଗରେ ୨୦୨୬ ବର୍ଷ ଶେଷ ସୁଦ୍ଧା ଆମେରିକା ତେହେରାନକୁ କବଜା କରିବାକୁ ଲକ୍ଷ୍ୟ ରଖିଥିବା କେହି କେହି କହୁଛନ୍ତି ।

ଡାର୍କ୍ ଇଗଲର ବିଶେଷତ୍ୱ ହେଉଛି ଯେ, ଏହା ଶତ୍ରୁର ଅନେକ ମିସାଇଲ ଲଞ୍ଚରକୁ ଟାର୍ଗେଟ୍ କରିପାରିବ । ଯାହା ଉତ୍ତେଜନାକୁ ଅଧିକ ବୃଦ୍ଧି କରିବ ।

Leave A Reply

Your email address will not be published.