ପବିତ୍ର ରାକ୍ଷୀ ପୂର୍ଣ୍ଣିମା ରେ ରିଲିଜ୍ ହେଲା ମ୍ୟୁଜିକ୍ ଭିଡିଓ “ଏଇ ରାକ୍ଷୀ ହେଲା ସାକ୍ଷୀ ଯୁଗ ଯୁଗର

0

ଭୁବନେଶ୍ୱର:ବର୍ଷା କ୍ରିଏସନ୍ ଦ୍ବାରା ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ରିଲିଜ୍ ହୋଇଛି ଓଡିଆ ମ୍ୟୁଜିକ୍ ଭିଡିଓ “ଏଇ ରାକ୍ଷୀ ହେଲା ସାକ୍ଷୀ ଯୁଗ ଯୁଗର” । ଏହି ଅବସରରେ ଏହାର ଏକ ସିଡି ଉନ୍ମୋଚନ କରାଯାଇଥିଲା । ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଆମ ଟିଭି ର କ୍ରି୍ଏଟିଭ ହେଡ଼ ଶ୍ରୀଯୁକ୍ତ ପ୍ରଣୟ ଜେଠୀ, ପ୍ରଯୋଜକ ଅଶୋକ ଦାସ, ପ୍ରଯୋଜକ ସୁବାସ ସାହୁ , ବେଞ୍ଚମାର୍କ ର ମୁଖ୍ୟ ଡଃ ପ୍ରସନ୍ନ ଚୌଧୁରୀ, ନ୍ୟୁଜ୍ ଆଙ୍କର ଲକ୍ଷ୍ମୀ ନାରାୟଣ ନନ୍ଦ, ଆର୍ ଜେ କେପି ଙ୍କ ସହ ମ୍ୟୁଜିକ ଭିଡ଼ିଓ ର ନିର୍ଦ୍ଦେଶକ ବାବୁ ବାବୁ, ପ୍ରଯୋଜକ ଶମ୍ବୁନାଥ ଦାସ, ନାୟିକା ବର୍ଷା ଏବଂ ନାୟକ ପ୍ରେମ୍ ଉପସ୍ଥିତ ଥିଲେ ।

ଭିଡିଓ ଟିରେ ମୁଖ୍ୟ ଚରିତ୍ର ରେ ଏଥର ରଜ କୁଇନ୍ ର ପ୍ରଥମ ରନର୍ସଅପ୍ ବିଜୟିନୀ ବର୍ଷା, ଭଉଣୀ ଭୂମିକା ରେ ଅଭିନୟ କରିଥିବା ବେଳେ ପ୍ରେମ୍ ଭାଇ ଚରିତ୍ର ରେ ଅଭିନୟ କରିଛନ୍ତି। ଏଥିସହ ବାପା ଓ ମା ଭୂମିକା ରେ ବାବୁ ପ୍ରଧାନ ଓ ଦେବଶ୍ରୀ ଦାସ ଙ୍କୁ ଦେଖିବାକୁ ମିଳିଛି । ତାହା ସହ ବହୁ ମ୍ୟୁଜିକ୍ ଭିଡିଓ ରେ ନିର୍ଦ୍ଦେଶନା ଦେଇଥିବା ବାବୁ ବାବୁ କାମାଲ୍ ଏଥିରେ ପୁଣିଥରେ ଦେଖିବାକୁ ମିଳିଛି । ସେହିପରି ଏହି ଭିଡିଓ ଟିରେ ଆଜିର ସମାଜରେ କିଛି ମେସେଜ୍ ଦେଖିବାକୁ ମିଳିଛି ।

Leave A Reply

Your email address will not be published.