ନୂଆ ରୂପରେ ଆସିବ ମେଟ୍ରୋ
ନୂଆ ରୂପରେ ଆସିବ ମେଟ୍ରୋ। ଏ ନେଇ ଆଜି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ । ସେ କହିଛନ୍ତି ପୁରୀ, ଭୁବନେଶ୍ୱର ଓ କଟକକୁ ନେଇ ମେଟ୍ରୋ ପରିକଳ୍ପନା କରିଛୁ। ଏଥିରେ ରାଜ୍ୟର ସବୁ ପ୍ରକାର ଇକୋନୋମିକ ଗ୍ରୋଥ ହେବ। ଆମେ ମେଟ୍ରୋ ବିରୋଧରେ ନାହୁଁ, ମେଟ୍ରୋ କରିବାକୁ ସରକାର ଚାହୁଁଛନ୍ତି। ମେଟ୍ରୋକୁ ଆମେ ବନ୍ଦ କରିନାହୁଁ, ସ୍ଥଗିତ ରଖିଛୁ। ମେଟ୍ରୋ ପାଇଁ ଯାହା ପ୍ରକ୍ରିୟା ଦରକାର, ଆମେ ଚାଲୁ ରଖିଛୁ। ବିକଳ୍ପ ରାସ୍ତା ନ କରି ମେଟ୍ରୋ କଲେ, ଲୋକେ ହନ୍ତସନ୍ତ ହେବେ। ମେଟ୍ରୋ ପାଇଁ ବିକଳ୍ପ ରାସ୍ତା ଓ କେନ୍ଦ୍ରର ସହାୟତା ଆବଶ୍ୟକ ବୋଲି ମନ୍ତ୍ରୀ କହିଛନ୍ତି।