ପାକିସ୍ତାନ ମାନଚିତ୍ରରେ ଜମ୍ମୁ କଶ୍ମୀର ଏବଂ ଲଦାଖ ଦେଖାଇଲା ନେପାଳ ଏୟାରଲାଇନ୍ସ, ବିବାଦ ପରେ କ୍ଷମା ମାଗିଲା

0

ଭାରତର ଭୁଲ୍ ମ୍ୟାପ୍ ଦେଖାଇ ବିବାଦରେ ଫସିଲା ନେପାଳ ଏୟାରଲାଇନ୍ସ । ନେପାଳ ଏୟାରଲାଇନ୍ସର ଭୁଲ୍ ଭାରତ ମାନଚିତ୍ରରେ ଜମ୍ମୁ କଶ୍ମୀରକୁ ପାକିସ୍ତାନ ଅଞ୍ଚଳ ଭାବରେ ଦର୍ଶାଯାଇଛି । ନେପାଳ ଏୟାରଲାଇନ୍ସ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଫ୍ଲାଇଟ୍ ନେଟୱାର୍କ ମ୍ୟାପ୍ ପୋଷ୍ଟ କରିଛି, ଯେଉଁଥିରେ ସମଗ୍ର ଜମ୍ମୁ ଏବଂ କଶ୍ମୀରକୁ ପାକିସ୍ତାନର ଅଂଶ ଭାବରେ ଦର୍ଶାଯାଇଥିଲା । ତେବେ ଏହାକୁ ନେଇ ସମାଲୋଚନା ହେବା ପରେ ୨୪ ଘଣ୍ଟା ଭିତରେ କ୍ଷମା ମାଗିଛି ନେପାଳ ଏୟାରଲାଇନ୍ ।

ଏୟାରଲାଇନ ତରଫରୁ ଏକ ରୁଟ୍ ମ୍ୟାପ୍ ସେୟାର କରାଯାଇଥିଲା, ଏଥିରେ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କଶ୍ମୀର ଏବଂ ଲଦାଖକୁ ପାକିସ୍ତାନର ବୋଲି ଦର୍ଶାଯାଇଥିଲା । ଏହା ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଭାରତୀୟ ୟୁଜର୍ସ ଏୟାରଲାଇନକୁ ବୟକଟ୍ କରିବା ପାଇଁ ଟ୍ରେଣ୍ଡ କରିଥିଲେ । ଏହାସହିତ ଭାରତୀୟ ବୈଦିଶିକ ମନ୍ତ୍ରଣାଳୟ ଏବଂ ବିମାନ ଚଳାଚଳ ଉନ୍ନୟନ ମନ୍ତ୍ରଣାଳୟକୁ ନେପାଳ ସରକାରଙ୍କ ବିରୋଧରେ କୂଟନୈତିକ ବିରୋଧ କରିବାକୁ ଦାବି କରିଥିଲେ । ଯାହା ପରେ ନେପାଳ ଏୟାରଲାଇନ୍ସ ତରଫରୁ କ୍ଷମା ମଗାଯାଇଥିଲା ।

ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟରେ ଏୟାରଲାଇନ୍ସ କହିଛି, ଆମର ସୋସିଆଲ ମିଡିଆ ଚ୍ୟାନେଲଗୁଡ଼ିକରେ ସମ୍ପ୍ରତି ସେୟାର ହୋଇଥିବା ନେଟୱାର୍କ ମ୍ୟାପରେ ତ୍ରୁଟି ପାଇଁ ଆମେ କ୍ଷମା ପ୍ରାର୍ଥନା କରୁଛୁ । ମାନଚିତ୍ରରେ ଅନ୍ତର୍ଜାତୀୟ ସୀମା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତ୍ରୁଟି ଥିଲା । ଏହା ନେପାଳ କିମ୍ବା ନେପାଳ ଏୟାରଲାଇନ୍ସର ସରକାରୀ ସ୍ଥିତିକୁ ପ୍ରତିଫଳିତ କରେ ନାହିଁ । ଏହି ମାମଲାର ଆନ୍ତରିକ ଯାଞ୍ଚ ପାଇଁ ଆଦେଶ ଦିଆଯାଇଛି ।

ନେପାଳରେ କ୍ଷମତାକୁ ଆସିବା ପରଠାରୁ ବାଲେନ ଶାହ ସରକାର ଭାରତ ବିରୋଧୀ କାର୍ଯ୍ୟ ଆରମ୍ଭ କରିଛନ୍ତି । ପ୍ରଥମେ ବାଲେନ ସରକାର ଭାରତରୁ ୧୦୦ ନେପାଳୀ ଟଙ୍କାରୁ ଅଧିକ ମୂଲ୍ୟର ସାମଗ୍ରୀ ଉପରେ ବାଧ୍ୟତାମୂଳକ ସୀମା ଶୁଳ୍କ ୫୦-୮୦% ଲାଗୁ କରିବାକୁ ନିଷ୍ପତ୍ତି ନେଇଥିଲେ ।

Leave A Reply

Your email address will not be published.